Categories: ଜାତୀୟ

ରାଜଧାନୀରେ ଜିମ ମାଲିକଙ୍କୁ ଅଫିସରେ ପଶି ହତ୍ୟା

ନୂଆଦିଲ୍ଲୀ,୩୧ ।୧୨: ରାଜଧାନୀ ଦିଲ୍ଲୀରେ ଜଣେ ଜିମ ମାଲିକଙ୍କୁ ହତ୍ୟା କରାଯାଇଛି । ପୋଲିସର ସୂଚନା ଅନୁଯାୟୀ, ଇଷ୍ଟ ଦିଲ୍ଲୀରେ ଥିବା ଏନର୍ଜିି ଜିମର ମାଲିକ ମହେନ୍ଦ୍ର ଅଗ୍ରୱାଲଙ୍କୁ ତାଙ୍କ ଅଫିସରେ ପଶି ୩ ଜଣ ଦୁର୍ବୁତ୍ତ ଶୁକ୍ରବାର ଗୁଳିକରି ହତ୍ୟା କରିଛନ୍ତି । ମହେନ୍ଦ୍ରଙ୍କ ଶରୀରରେ ୩ଟି ଗୁଳି ବାଜିଥିବା ବେଳେ ତାଙ୍କ ମୁଣ୍ଡରେ ଗୋଟିଏ ଗୁଳି ବାଜିଥିବା ପୋଲିସ କହିଛି ।
ସୂଚନାଯୋଗ୍ୟ, ଶୁକ୍ରବାର ମହେନ୍ଦ୍ର ଅଗ୍ରୱାଲ ତାଙ୍କ ଅଫିସରେ କାମ କରୁଥିଲେ । ଏହି ସମୟରେ ୩ ଜଣ ଦୁର୍ବୁତ୍ତ ୩୦ ଡିସେମ୍ବର ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ ତାଙ୍କୁ ଗୁଳି କରିଥିଲେ । ମହେନ୍ଦ୍ରଙ୍କର ବିଭିନ୍ନ ସ୍ଥାନରେ ଜିମ ଥିବା ବେଳେ ସେ ଜିମ ସହ ଜଡିତ ଉପକରଣର ବ୍ୟବସାୟ ବି କରୁଥିଲେ । ଏନର୍ଜି ଜିମ ପ୍ରିତ ବିହାରର ବିକାଶ ମାର୍ଗରେ ଅବସ୍ଥିତ । ଏବେ ପୋଲିସ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଥିବା ବେଳେ କ୍ରାଇମ ବ୍ରାଞ୍ଚର ଏକ ଟିମ ମଧ୍ୟ ଘଟଣାର ଯାଞ୍ଚ କରୁଛନ୍ତି ।

Share