ନୂଆଦିଲ୍ଲୀ,୧୬।୪ : ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସିବିଆଇ ପଚରାଉଚରା କରୁଛି। ଏନେଇ ଏଏପି ନେତା ଜସ୍ମିନ ଶାହା ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ପ୍ରଦର୍ଶନ କରିବା ଅଧିକାର ସମସ୍ତଙ୍କର ରହିଛି।
ଏଏପିର କାଉନସିଲର ବିଧାୟକଙ୍କ ଘରେ ପୋଲିସ ମୁତୟନ କରାଯାଇଛି। ଦିଲ୍ଲୀ ପଞ୍ଜାବର ମନ୍ତ୍ରୀ, ଆମର ସମସ୍ତ ବରିଷ୍ଠ ନେତା ଅନୁମତି ନେଇ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ବସିଥିଲେ। ସେମାନଙ୍କୁ ହଠାତ ପୋଲିସ ଗିରଫ କରିଥିଲା। ଆଜି ଭାରତରେ ପ୍ରଦର୍ଶନ କରିବାର ଅଧିକାରକୁ ଛଡ଼ାଇ ନିଆ ଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଜୁଲମ ଯୋଗୁ ଦିଲ୍ଲୀ ଉତ୍ତର କୋରିଆ ପାଲଟିଛି। ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ଦିଲ୍ଲୀର କ୍ୟାବିନେଟ ମନ୍ତ୍ରୀ ପଞ୍ଜାବର ମନ୍ତ୍ରୀ, ବିଧାୟକ, କାଉନସିଲରଙ୍କୁ ଗିରଫ କରି ଅଜଣା ସ୍ଥାନକୁ ନିଆଯାଉଥିବା ସେ କହିଛନ୍ତି।