ମୁମ୍ବାଇ,୧।୫: ଆଇପିଏଲ ୨୦୨୨ର ୪୫ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍ଏସ୍ଜି) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମଧ୍ୟରେ ଖେଳାଯାଉଛି। ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିବା ଲକ୍ଷ୍ନୌ ୩ ଉଇକେଟ୍ ହରାଇ ୧୯୫ ରନ୍ କରିଛି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୯୬ ରନ୍ର ବିଜୟ ଲକ୍ଷ୍ୟ ମିଳିଛି। ଲକ୍ଷ୍ନୌ ପକ୍ଷରୁ ଅଧିନାୟକ କେ.ଏଲ୍. ରାହୁଲ ସର୍ବାଧିକ ୫୧ ବଲ୍ରେ ୭୭ ରନ୍ର ପାଳି ଖେଳିଥିଲେ। ସେହିପରି ଦୀପକ ହୁଡା ୫୨, ଡିକକ୍ ୨୩, ଷ୍ଟୋଇନିସ୍ ୧୭ ରନ୍ କରିଥିଲେ। ଦିଲ୍ଲୀ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୩ ଉଇକେଟ୍ ନେଇଥିଲେ।
ଲକ୍ଷ୍ନୌ ଦଳ ଏବେ ଭଲ ଫର୍ମରେ ଚାଲିଛି ଏବଂ ଏ ପର୍ଯ୍ୟନ୍ତ ନଅ ମ୍ୟାଚ ମଧ୍ୟରୁ ୬ଟି ଜିତିଛି। ପଏଣ୍ଟ ଟେବୁଲରେ ଦଳ ତୃତୀୟ ସ୍ଥାନରେ ରହିଛି। ଏଥି ସହିତ ଦିଲ୍ଲୀ ଦଳ ଚଳିତ ସିଜନରେ ସଂଘର୍ଷ କରୁଥିବା ଜଣାପଡିଛି। ସେମାନେ ଆଠଟି ମ୍ୟାଚ ମଧ୍ୟରୁ ୪ଟି ଜିତିଛି ଏବଂ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ଅଛି।