Categories: ଜାତୀୟ

ୟୁସିସି ଲାଗୁ କରିବା ନେଇ କେନ୍ଦ୍ରକୁ ଦେଇ ପାରିବେନି ନିର୍ଦ୍ଦେଶ, ଯାଚିକା ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧।୧୨: ସମାନ ନାଗରିକ ସଂହିତା ଲାଗୁ କରିବା ନେଇ ଦାଖଲ କରାଯାଇଥିବା ଯାଚିକାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ଏସମ୍ପର୍କରେ ନିଷ୍ପତ୍ତି ନେବା ସଂସଦର କାର୍ଯ୍ୟ ଅଟେ। ୟୁସିସି ଲାଗୁ କରିବା ନେଇ ଆମେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇ ପାରିବୁ ନାହିଁ।

ମୁଖ୍ୟ ବିଚାରପତି ମନମୋହର ଓ ମିନେ ପୁଷ୍କରଣାଙ୍କ ଖଣ୍ଡପୀଠ କହିଛନ୍ତି, କୋର୍ଟ ସଂସଦକୁ ଏ ସମ୍ବନ୍ଧରେ ଆଇନ ଆଣିବା ପାଇଁ ନିର୍ଦ୍ଦେଶ ଦେଇ ପାରିବ ନାହିଁ। ଏହା ପୂର୍ବରୁ ସୁପ୍ରିମକୋର୍ଟ ଏସମ୍ପର୍କିତ ଯାଚିକାକୁ ଖାରଜ କରିଛନ୍ତି। ଏହି ମାମଲା ସମ୍ପର୍କିତ ସମସ୍ତ ସୂଚନା ବିଧି ଆୟୋଗ ପାଖରେ ଅଛି ଯାଚିକାକର୍ତ୍ତା ତାଙ୍କୁ ସମ୍ପର୍କ କରନ୍ତୁ। ସୁପ୍ରିମକୋର୍ଟଙ୍କ ରାୟର ଅମାନ୍ୟ କରି ହାଇକୋର୍ଟ ଅନ୍ୟ କୌଣସି ରାୟ ଦେଇ ପାରିବ ନାହିଁ।

Share