Categories: ଜାତୀୟ

ସୁଶାନ୍ତଙ୍କ ବାପାଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ, ୧୦ା୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ଅଧାରିତ ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିସ୍‌’, ‘ସୁଇସାଇଡ୍‌ ଅର୍‌ ମର୍ଡର: ଏ ଷ୍ଟାର ଓ୍ବାଜ୍‌ ଲଷ୍ଟ’, ‘ଶଶାଙ୍କ’ ଆଦି ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ସୁଶାନ୍ତଙ୍କ ବାପା କ୍ରିଷ୍ଣା କିଶୋର ସିଂ ଏ ନେଇ ଆବେଦନ କରିଥିଲେ। ଫଳରେ ଉପରୋକ୍ତ ରିଲିଜ ହେବାର ବାଟ ଫିଟିଛି।

ଶୁକ୍ରବାର ‘ନ୍ୟାୟ: ଦ ଜଷ୍ଟିସ୍‌’ ଫିଲ୍ମ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଥିଲା। ଏହି ଚଳଚ୍ଚିତ୍ରଗୁଡ଼ିକ ବାୟୋପିକ୍‌ କିମ୍ବା ସୁଶାନ୍ତ ଜୀବନରେ କ’ଣ ଘଟିଛି ତାହାର ବାସ୍ତବ କାହାଣୀକୁ ଚିତ୍ରିତ କରାଯାଇ ନ ଥିବା କୋର୍ଟ କହିଛନ୍ତି। ଏ ସବୁ ଫିଲ୍ମ ସୁଶାନ୍ତ କିମ୍ବା ତାଙ୍କ ପରିବାରକୁ ବଦ୍‌ନାମ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇ ନାହିଁ ବୋଲି କୋର୍ଟ ମତ ରଖିଛନ୍ତି।

Share