ମୁମ୍ବାଇ: ବ୍ରିଟେନର ପ୍ରସିଦ୍ଧ ଆଡଭେଞ୍ଚର ଶୋ’ ମେନ ଭର୍ସେସ ୱାଇଲ ସମ୍ପର୍କରେ ସମସ୍ତେ ଅଳ୍ପ ବହୁତେ ଅବଗତ ଥିବେ ନିଶ୍ଚିତ । ଏଥିରେ ବିୟର ଗ୍ରିଲ୍ସ ତାଙ୍କ ସର୍ଭାଇଭାଲ ଜର୍ନିକୁ ନେଇ ବେଶ ପରିଚିତ । ତାଙ୍କର ପ୍ରତିଟି ଶୋ’ରେ କହିଛନ୍ତି ଯଦି ଆପଣ ଏଭଳି ପରିସ୍ଥିତିରେ ପହଞ୍ଚିଯିବେ ତେବେ କିଭଳି ନିଜକୁ ସର୍ଭାଇଭ କରିବେ । ଏହି ଶୋ’ର ଶୁଟିଂ ବିୟର ଗ୍ରୀଲ୍ସ କେବଳ ବିଦେଶ ନୁହେଁ ଭାରତରେ ବି କିଛି ଶୁଟିଂ କରିଛନ୍ତି । ଏବେ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ବିୟର ଗ୍ରିଲ୍ସଙ୍କ ସମେତ ୪ ଜଣଙ୍କୁ ସମନ ଜାରି କରାଯାଇଛି । ତେବେ କପିରାଇଟ ଉଲ୍ଲଂଘନ ମାମଲରେ ବିୟର ଗ୍ରିଲ୍ସଙ୍କୁ ଏହି ସମନ ଜାରି କରାଯାଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଭାରତୀୟ ସ୍କ୍ରିପ୍ଟ ରାଇଟର ଏକ ଆବେଦନ ଦାଖଲ କରିଛନ୍ତି । ‘ଶୋ ଗେଟ ଆଉଟ ଆଲାଇଭ ୱିଥ ବିୟର ଗ୍ରୀଲ୍ସ’ରେ କପି ରାଇଟ୍ସର ଉଲ୍ଲଂଘନ କରାଯାଇଛି । ସ୍କ୍ରିପ୍ଟ ରାଇଟର ଅରମାନ ଶଙ୍କର ବିୟରଙ୍କ ଉପରେ ଏହି ଅଭିଯୋଗ ଆଣିଛନ୍ତି ।