Categories: ଜାତୀୟ

ସୁସ୍ଥ ଜୀବନ ବଞ୍ଚିବାର ବାଟ ଦେଖାଇଛି ଆୟୁର୍ବେଦ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୪ ।୧୦: ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଆୟୁର୍ବେଦ ଲୋକଙ୍କୁ ସୁସ୍ଥ ଜୀବନ ବଞ୍ଚିବାର ବାଟ ଦେଖାଇଛି । ଏହା କେବଳ ରୋଗ ଉପଶମ କରିବାର ମାଧ୍ୟମ ନୁହେଁ ବରଂ ଏହାଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବି ବୃଦ୍ଧି ପାଇଥାଏ । ସେ କହିଛନ୍ତି ସବୁଲୋକ ଆୟୁର୍ବେଦକୁ ଅଧିକରୁ ଅଧିକ ଭାବେ ଗ୍ରହଣ କରିନେବା ଉଚିତ । ଏହା ଆପଣଙ୍କ ସମ୍ପୂର୍ଣ୍ଣ ପରିବାରକୁ ସୁସ୍ଥ ରଖିବାରେ ସହାୟକ ହେବ । ଆର‌୍ୟୁବ୍ୟାଙ୍କକୁ ସବୁଜ ପତାକା ଦେଖାଇବା ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଏହା କହିଛନ୍ତି । ଆମର ଜୀବନ ଶୈଳି ବଦଳିବା ସହ ଆମେ ଭିନ୍ନ ଭିନ୍ନ ନୂଆ ନୂଆ ରୋଗରେ ଆକ୍ରାନ୍ତ ହେଉଛୁ । ଏଥିରୁ ଦୂରେଇ ରହିବାକୁ ହେଲେ ଆମେ ଆୟୁର୍ବେଦକୁ ଆପଣେଇ ନେବା ଭଲ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ଜଣେ ବ୍ୟକ୍ତି ପ୍ରତିଦିନ ୩-୪ କିଲୋମିଟର ଚାଲିବା ଭଲ । ଏହାଦ୍ୱାରା ଶରୀରର ରକ୍ତ ସଂଚାଳନ ଠିକ୍ ରହିବା ସହ ହୃଦରୋଗ ଭଳି ମାରାତ୍ମକ ରୋଗ ଦୂରେଇ ଯାଇଥାଏ ।

Share