Categories: ଜାତୀୟ

ମନୀଷ ସିସୋଡିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

ନୂଆଦିଲ୍ଲୀ,୩।୬: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଝଟକା ଲାଗିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

ଉକ୍ତ ମାମଲାରେ ପୂର୍ବତନ ଆମ ଆଦମୀ ପାର୍ଟିର ପୂର୍ବ ମିଡିଆ ଦାୟିତ୍ୱରେ ଥିବା ବିଜୟ ନାୟାର, ହାଇଦ୍ରାବାଦ ଭିତ୍ତିକ ଉଦ୍ୟୋଗୀ ଅଭିଷେକ ବୋଇନପାଲ୍ଲୀ ଏବଂ ବିନୟ ବାବୁଙ୍କ ଜାମିନ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି। ଦିଲ୍ଲୀ ହାଇକୋର୍ଟରେ ମନୀଷ ସିସୋଡିଆଙ୍କୁ ଜାମିନ ଦେବାକୁ ନେଇ ଇଡି ବିରୋଧ କରିଥିଲା। ଇଡି କହିଛି ଯେ ମନୀଷ ସିସୋଡିଆଙ୍କ ନିକଟରେ ୧୮ରୁ ଅଧିକ ମନ୍ତ୍ରଣାଳୟ ଅଛି। ସେ ଜଣେ ବହୁତ ପ୍ରଭାବଶାଳୀ ବ୍ୟକ୍ତି। ଯଦି ତାଙ୍କୁ ଜାମିନ ପ୍ରଦାନ କରାଯାଏ, ତେବେ ସେ ତଦନ୍ତ ଉପରେ ପ୍ରଭାବ ପକାଇପାରନ୍ତି। ୨୬ ଫେବୃୟାରୀରେ ସିବିଆଇ ମନୀଷ ସିସୋଡିଆଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ତିହାର ଜେଲରେ ରହିଛନ୍ତି।

Share