Categories: ଜାତୀୟ

କେନ୍ଦ୍ର ସରକାରଙ୍କୁ ତାଗିଦ କଲେ ହାଇକୋର୍ଟ: ତମେ ଅନ୍ଧ ହୋଇପାର, ଆମେ ନୁହେଁ

ନୂଆଦିଲ୍ଲୀ,୪।୫: କରୋନା ମହାମାରୀ ଦେଶରେ ବିପର୍ଯ୍ୟସ୍ତ ଅବସ୍ଥା ସୃଷ୍ଟି ହୋଇଛି। ରାଜଧାନୀ ଦିଲ୍ଲୀ ସମେତ ସାରା ଦେଶରେ ଅମ୍ଳଜାନର ଅଭାବ ଜାରି ରହିଛି। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରେ ଅମ୍ଳଜାନ ଅଭାବ ସମ୍ପର୍କରେ ଶୁଣାଣି ହୋଇଥିଲା। ଏହି ସମୟ ମଧ୍ୟରେ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ତାଗିଦ କରିଥିଲେ। ଦିଲ୍ଲୀ ହାଇକୋର୍ଟ କହିଛନ୍ତି- କେନ୍ଦ୍ର ଆଖି ବୁଜି ଦେଇଛି, ଆମେ ଏହା କରିପାରିବୁ ନାହିଁ। ଦେଶର ପରିସ୍ଥିତି ଦେଖି ଆପଣ ଅନ୍ଧ ହୋଇପାରିବେ, ଆମ ନୁହେଁ। ଆମେ ଲୋକଙ୍କ ମୃତ୍ୟୁବରଣ କରୁଥିବା ଦେଖିପାରିବୁ ନାହୁଁ ବୋଲି କୋର୍ଟ କହିଛନ୍ତି। ହାଇକୋର୍ଟରେ ଆମିକସ କ୍ୟୁରି ସୂଚନା ଦେଇଛନ୍ତି ଯେ ଅମ୍ଳଜାନ ଅଭାବରୁ ଦିଲ୍ଲୀର ଅନେକ ଲୋକ ମରୁଛନ୍ତି। ଅମ୍ଳଜାନକୁ କେତେକ ସ୍ଥାନରେ ସଂରକ୍ଷଣ କରାଯାଇପାରିବ, ଯାହାଦ୍ୱାରା ଅଭାବ ସଙ୍କଟ କମିଯିବ। ଏହା ଉପରେ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ, ଯଦି ଏହି ସମୟରେ ମହାରାଷ୍ଟ୍ରରେ ଅମ୍ଳଜାନର ବ୍ୟବହାର କମ ରହୁଛି, ତେବେ ସେଠାରେ ଥିବା କିଛି ଟ୍ୟାଙ୍କରକୁ ଦିଲ୍ଲୀ ପଠାଯାଇପାରିବ।

Share