Categories: ଜାତୀୟ

‘ଟେରର ଫଣ୍ଡିଂ ମାମଲାରେ ହେଉ ଫାଶୀ’, ଏନଆଇଏର ଦାବିକୁ ନେଇ ୟାସିନ ମଲିକଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀ ହାଇକୋର୍ଟ ସୋମବାର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ନୋଟିସ ଜାରି କରିଛନ୍ତି। ଆତଙ୍କବାଦୀ ସଙ୍ଗଠନ ଜେକେଏଲଏଫର ନେତା ୟାସିନ ମଲିକଙ୍କୁ ଟେରର ପଣ୍ଡିଂ ମାମଲାରେ ଫାଶୀ ଦଣ୍ଡ ଦେବାକୁ ଏନଆଇଏ ପକ୍ଷରୁ ବାଦି କରାଯାଇଥିବାରୁ ଏହି ନୋଟିସ ଜାରି କରାଯାଇଛି।

ଜଷ୍ଟିସ ସିଦ୍ଧାର୍ଥ ମୃଦୁଲ ଏବଂ ଜଷ୍ଟିସ ତଲୱନ୍ତ ସିଂଙ୍କ ବେଞ୍ଚ ପକ୍ଷରୁ ଜାରି କରାଯାଇଥିବା ନୋଟିସ ତିହାର ଜେଲର ଅଧୀକ୍ଷକଙ୍କ ମାଧ୍ୟମରେ ୟାସିନ ମଲିକଙ୍କୁ ପଠାଯିବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୯ରେ ହେବ। ଏନଆଇଏ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନରାଲ(ଏସଜି)ତୁଷାର ମେହେଟ୍ଟା ଯୁକ୍ତି କରି କହିଛନ୍ତି ଦେଶର ଗୋଟିଏ ଭାଗକୁ ଅଲଗା କରିବାର ଚିନ୍ତାଧାର ଏକ ଜଘନ୍ୟ ମାମଲା।
ଏନଆଇଏ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ସମୟରେ ଯୁକ୍ତି ଦର୍ଶାଇଥିଲେ ଯେ କୌଣସି ଆତଙ୍କବାଦୀ ଏଠାକୁ ଆସିବେ, ଆତଙ୍କବାଦୀ କାର୍ଯ୍ୟକଳାପ କରିବେ ଏବଂ କୋର୍ଟ କହିବେ ଯେ ସେ ଦୋଷ ସ୍ବୀକାର କରିଛନ୍ତି, ଆମେ ତାଙ୍କୁ ଆଜୀବନ କାରାଗାରରେ ରଖିବୁ, ଫାଶୀ ବା ମୃତ୍ୟୁଦଣ୍ଡ ନୁହେଁ।
ଶ୍ରୀନଗରରେ ଚାରିଜଣ ବାୟୁସେନା ଅଧିକାରୀଙ୍କ ହତ୍ୟା ଏବଂ କେନ୍ଦ୍ର ମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କ ଝିଅ ଡକ୍ଟର ରୁବିୟା ସୟିଦଙ୍କ ଅପହରଣରେ ୟାସିନ ମଲିକ ସମ୍ପୃକ୍ତ ଥିବା ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି ଏନଆଇଏ। ଏନଆଇଏ କହିଛି ଯେ ମୃତ୍ୟୁଦଣ୍ଡ ପାଇବା ପାଇଁ ଏହା ଅତ୍ୟନ୍ତ ଜଘନ୍ୟ ଅପରାଧ ଶ୍ରେଣୀରେ ଆସିଛି।

Share