Categories: ଜାତୀୟ

୩୨ ସପ୍ତାହର ଗର୍ଭ ନଷ୍ଟ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ, ୧୬।୭: ୩୨ ସପ୍ତାହର ଗର୍ଭ ନଷ୍ଟ କରିବାକୁ ସୋମବାର ଦିଲ୍ଲୀ ହାଇକୋର୍ଟ ଜଣେ ୩୧ ବର୍ଷୀୟା ମହିଳାଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଅସ୍ବାଭାବିକ ଭ୍ରୂଣ ଯୋଗୁ ନିଜ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପ୍ରତି ବିପଦ ଥିବା ଦର୍ଶାଇ ପୂର୍ବରୁ ମହିଳା ଜଣକ ଗର୍ଭନଷ୍ଟ ପାଇଁ ହାଇକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ। ଜଷ୍ଟିସ୍‌ ସଞ୍ଜୀବ ନରୁଲାଙ୍କ ଖଣ୍ଡପୀଠ ସୋମବାର ଏହି ମାମଲାର ଶୁଣାଣି କରି ଆବେଦନକାରୀ ମହିଳାଙ୍କ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ତାଙ୍କୁ ଗର୍ଭ ନଷ୍ଟର ଅନୁମତି ପ୍ରଦାନ କରିଛନ୍ତି। ଗର୍ଭାବସ୍ଥା ଜାରି ରହିବା କ୍ଷେତ୍ରରେ ମହିଳାଙ୍କ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେବା ସହ ଏକ ରୋଗାକ୍ରାନ୍ତ ଶିଶୁ ଜନ୍ମହେବାର ସମ୍ଭାବନା ରହିଛି। ଏମ୍‌ସ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଉଭୟ ଭ୍ରୂଣ ଓ ମହିଳାଙ୍କ ହିତରେ ଏହି ନିର୍ଦ୍ଦେଶ ଦିଆଯାଇଥିବା ଉଚ୍ଚ କୋର୍ଟ କହିଛନ୍ତି।

Share