‘ଆଦିପୁରୁଷ’ ଉପରେ ବ୍ୟାନ ଲଗାଇବା ଆବେଦନର ଶୀଘ୍ର ଶୁଣାଣି କରିବାକୁ ମନାକଲେ ହାଇକୋର୍ଟ

ନୂଆଦିଲ୍ଲୀ,୨୧।୬: ରାମାୟଣ ଉପରେ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଉପରେ ପ୍ରତିବନ୍ଧକ ଲଗାଇବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଶୀଘ୍ର ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ଏହି ଆବେଦନରେ ଶୀଘ୍ର ଶୁଣାଣି କରିବାର କୌଣସି ଆବଶ୍ୟକ ନାହିଁ। ଜୁନ ୩୦ରେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବେ। ହିନ୍ଦୁ ସେନା ଏହି ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ଦାବି କରିଛି। ହାଇକୋର୍ଟ କହିଛନ୍ତି ଯେତେବେଳେ ଫିଲ୍ମ ରିଲିଜ ହୋଇଗଲା, ଏବେ କଣ ପାଇଁ ଦାବି କରୁଛ, କ’ଣ ଆପଣ ଫିଲ୍ମ ବିଷୟରେ ପୂର୍ବାରୁ ଜାଣି ନ ଥିଲେ?

ଆବେଦନକାରୀଙ୍କ ଓକିଲ କହିଛନ୍ତି, ଫିଲ୍ମରେ ଅନେକ ଆପତ୍ତିଜନକ ଦୃଶ୍ୟ ରହିଛି। ଯେତେବେଳେ ଫିଲ୍ମର ଟିଜର ଆସିଲା ସେତେବେଳେ ବିବାଦୀୟ ଅଂଶ ହଟାଯିବ ବୋଲି ନିଶ୍ଚିତ କରାଯାଇଥିଲା, କିନ୍ତୁ ତାହା ହୋଇ ନ ଥିଲା। ଫିଲ୍ମ ଯୋଗୁ ଭାରତର ଅନ୍ତର୍ଜାତୀୟ ସମ୍ପର୍କ ମଧ୍ୟ ପ୍ରଭାବିତ ହୋଇଛି, ନେପାଳ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇଛି।

 

Share