ନୂଆଦିଲ୍ଲୀ,୧୧।୩: ଦିଲ୍ଲୀ ହାଇକୋର୍ଟ ଜଣେ ଆଇନ ଛାତ୍ରଙ୍କ ଶୁଣାଣି ସମୟରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି, ଶିକ୍ଷାଗତ ପ୍ରମାଣପତ୍ର ଏବଂ ଡିଗ୍ରୀରେ ଯେଉଁଠାରେ ଅଭିଭାବକଙ୍କ ନାମ ଉଲ୍ଲେଖ କରାଯାଇଥାଏ, ସେଠାରେ ଉଭୟ ମା ଏବଂ ବାପାଙ୍କ ନାମ ସେଠାରେ ରହିବା ଉଚିତ୍। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି, କେବଳ ପିତାଙ୍କ ନାମର କ କୌଣସି ମତଲବ ନାହିଁ। ଜଣେ ଆଇନ ଛାତ୍ରଙ୍କ ଆବେଦନ ଶୁଣାଣି କରି ଜଷ୍ଟିସ ସି ହରିଶଙ୍କରଙ୍କ ବେଞ୍ଚ କହିଛନ୍ତି ଯେ ପ୍ରମାଣପତ୍ରର ମୁଖ୍ୟ ଭାଗରେ ଉଭୟ ପିତାମାତାଙ୍କ ନାମ ବାଧ୍ୟତାମୂଳକ ଭାବେ ଉଲ୍ଲେଖ କରାଯିବା ଉଚିତ୍। ଏଥିରେ କୌଣସି ପ୍ରକାରର ବିତର୍କର ଆବଶ୍ୟକତା ନାହିଁ ।
ଏହି ମାମଲା ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟର ଅଟେ। ଆଇନ ସ୍ନାତକ ରିତିକା ପ୍ରସାଦଙ୍କ ଦ୍ୱାରା ଏହି ଆବେଦନ କରାଯାଇଥିଲା। ତାଙ୍କର କହିବାନୁଯାୟୀ, ସେ ପାଞ୍ଚ ବର୍ଷର ବିଏ ଏଲଏଲବି ପାଠ୍ୟକ୍ରମରେ ଆଡମିଶନ ନେଇଥିଲେ। ଯେତେବେଳେ ପାଠ୍ୟକ୍ରମ ସମାପ୍ତ ହେଲା, ତାଙ୍କୁ ଦିଆଯାଇଥିବା ଡିଗ୍ରୀ ଉପରେ କେବଳ ତାଙ୍କ ପିତାଙ୍କ ନାମ ଲେଖାଯାଇଥିଲା ହେଲେ ତାଙ୍କ ମାତାଙ୍କର ନାଁ ଲେଖାନଥିଲା। ରିତିକା କହିଛନ୍ତି ଯେ ଉଭୟ ମା ଏବଂ ବାପାଙ୍କ ନାମ ଡିଗ୍ରୀରେ ରହିବା ଉଚିତ୍।