Categories: ଜାତୀୟ

ଦିଲ୍ଲୀ ହସ୍ପିଟାଲରେ ରୋଗୀଙ୍କ ପାଇଁ ଅଭାବ ପଡିଲାଣି ବେଡ୍‌

ନୂଆଦିଲ୍ଲୀ,୧୪ ।୧୦: ରାଜଧାନୀ ଦିଲ୍ଲୀରେ କରୋନା ନିୟନ୍ତ୍ରଣକୁ ଆସିଥିବା ବେଳେ ଏବେବି ହସ୍ପିଟାଲରେ ବେଡର ଅଭାବ ଦେଖାଦେଇଛି । ଏହି ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ସୂଚନାଯୋଗ୍ୟ, ରାଜଧାନୀରେ ଏବେ ଅଧିକାଂଶ ହସ୍ପିଟାଲରେ ବେଡର ଅଭାବ ଦେଖାଦେଇଛି । କରୋନା ନୁହେଁ ବରଂ ଡେଙ୍ଗୁ, ପୋଷ୍ଟ କୋଭିଡ ଓ ନନ୍ କୋଭିଡ ରୋଗୀଙ୍କ ସଂଖ୍ୟା ଏତେ ରହିଛି ଯେ ରୋଗୀଙ୍କ ପାଇଁ ଆବଶ୍ୟକ ବେଡ ଯୋଗଇ ଦିଆଯାଇ ପାରୁନାହିଁ । ନଗର ନିଗମର ସୂଚନା ଅନୁଯାୟୀ, ଅକ୍ଟୋବର ୯ ସୁଦ୍ଧା ରାଜଧାନୀରେ ୪୮୦ ଜଣ ଡେଙ୍ଗୁ ରୋଗରେ ପୀଡ଼ିତ ହୋଇଛନ୍ତି । ଗତ ସପ୍ତାହରେ କେବଳ ୧୩୯ ଜଣ ଡେଙ୍ଗୁରେ ପୀଡ଼ିତ ହୋଇଥିବା ଜଣାପଡିଛି । ଗତ ୨ ବର୍ଷ ତୁଳନାରେ ଚଳିତ ବର୍ଷ ସବୁଠାରୁ ଅଧିକ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଫଳରେ ହସ୍ପିଟାଲରେ ବେଡର ଅଭାବ ଦେଖାଦେଇଛି । ତେଣୁ ହସ୍ପିଟାଲରେ ବେଡ ସଂଖ୍ୟା ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଗଣମାଧ୍ୟମ ଜରିଆରେ ଅନୁରୋଧ କରାଯାଇଛି ।

Share