ନୂଆଦିଲ୍ଲୀ,୨୦।୩: ନିର୍ବାଚନରେ କଳାଧନର ଭୂମିକାକୁ ରୋକିବା, ସନ୍ଦେହଜନକ ଗତିବିଧି/ନଗଦ, ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ବଣ୍ଟନକୁ ରୋକିବା ପାଇଁ ସଜାଗ ହୋଇଛି ଆୟକର ବିଭାଗ। ଭାରତୀୟ ନିର୍ବାଚନ ଆୟୋଗଙ୍କୁ ସହାୟତା କରିବା ପାଇଁ ଆୟକର ବିଭାଗର ପ୍ରତିଶ୍ରୁତି ଅନୁଯାୟୀ, ୨୦୨୪ ଲୋକସଭା ସାଧାରଣ ନିର୍ବାଚନକୁ ସ୍ୱଚ୍ଛ ଏବଂ ନିରପେକ୍ଷ କରିବା ପ୍ରକ୍ରିୟାରେ ଯୋଗଦାନ କରିବାକୁ ନାଗରିକଙ୍କୁ ଉତ୍ସାହିତ କରୁଛି ।
ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଆୟକର ନିର୍ଦ୍ଦେଶାଳୟ (ତଦନ୍ତ) ଦିଲ୍ଲୀ ଜାତୀୟ ରାଜଧାନୀ କ୍ଷେତ୍ରରେ ଆଦର୍ଶ ଆଚରଣ ବିଧି ସମୟରେ ନିର୍ବାଚନ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ବେହିସାବ ନଗଦ ଟଙ୍କା, ବହୁମୂଲ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷର କାରବାର ଉପରେ ନଜର ରଖିବା ପାଇଁ ଅନେକ ବ୍ୟବସ୍ଥା କରିଛି ।
ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ, ନିର୍ଦ୍ଦେଶାଳୟ ନୂଆଦିଲ୍ଲୀର ସିଭିକ୍ ସେଣ୍ଟରରେ ଏକ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିଛି ଏବଂ ଏକ ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି କରିଛି। ଯେଉଁଠାରେ କୌଣସି ବ୍ୟକ୍ତି ଲୋକସଭା ସାଧାରଣ ନିର୍ବାଚନ ୨୦୨୪ ସଂକ୍ରାନ୍ତରେ ଦିଲ୍ଲୀ ଜାତୀୟ ରାଜଧାନୀ ମଧ୍ୟରେ ନଗଦ ଟଙ୍କା, ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷର ସନ୍ଦେହଜନକ କାରବାର / ବଣ୍ଟନ ଇତ୍ୟାଦି ସନ୍ଦେହଜନକ ଗତିବିଧି ସମ୍ପର୍କରେ ଆୟକର ବିଭାଗ ସହିତ ଯୋଗାଯୋଗ କରିପାରିବେ ଏବଂ କୌଣସି ସୂଚନା ଦେଇପାରିବେ ।
୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହିତ ଯୋଗାଯୋଗ କରିବା ପାଇଁ ନାଗରିକମାନେ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ ଏବଂ ନିୟନ୍ତ୍ରଣ କକ୍ଷକୁ କଲ୍ କରୁଥିବା ବ୍ୟକ୍ତିମାନଙ୍କୁ କୌଣସି ବ୍ୟକ୍ତିଗତ ବିବରଣୀ, ଯେପରିକି ନାମ କିମ୍ବା ପରିଚୟର ଅନ୍ୟ ବିବରଣୀ ପ୍ରକାଶ କରିବାକୁ ପଡିବ ନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରାପ୍ତ ସୂଚନା ବିଶ୍ୱସନୀୟ ଏବଂ କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ହେବ।
ଟୋଲ୍ ଫ୍ରି ନମ୍ବର: ୧୮୦୦୧୧୨୩୦୦, ଲ୍ୟାଣ୍ଡଲାଇନ୍ ନମ୍ବର: ୦୧୧-୨୩୨୩୨୩୧୨/୩୧/୬୭/୭୬ ଟୋଲ୍ ଫ୍ରି ମୋବାଇଲ୍ । ସଂଖ୍ୟା: ୯୮୬୮୧୬୮୬୮୨