ନୂଆଦିଲ୍ଲୀ,୧୮।୪: ଦିଲ୍ଲୀର ଜାହାଙ୍ଗୀରପୁରୀରେ ପୁଣି ଅଶାନ୍ତ ପରିବେଶ ଦେଖିବାକୁ ମିଳିଛି। ସୋମବାର ପୋଲିସ ଟିମ ଜାହାଙ୍ଗୀରପୁରୀରେ ପହଞ୍ଚି ଗୁଳି ଚଳାଇଥିବା ବ୍ୟକ୍ତି ସୋନୁ ଚିକନାଙ୍କ ସ୍ତ୍ରୀଙ୍କୁ ପଚରାଉଚରା କରିବା ପାଇଁ ଯାଇଥିଲେ। କିନ୍ତୁ ପୋଲିସ ଟିମ୍ ଉପରେକୁ ପଥର ମାଡ କରାଯାଇଥିଲା। ସେବେଠାରୁ ପୁଣି ଥରେ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସୋନୁଙ୍କୁ ଗିରଫ କରିବା ପାଇଁ ପୋଲିସ ପହଞ୍ଚିଛି।
ସୂଚନାଯୋଗ୍ୟ, ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା। ଶୋଭାଯାତ୍ରା ବେଳେ ପଥରମାଡ଼, ଭଙ୍ଗାରୁଜା ଓ ଜଳାପୋଡା ହୋଇଥିଲେ। ହିଂସାକାଣ୍ଡରେ କିଛି ପୋଲିସ କର୍ମଚାରୀଙ୍କ ସମେତ ବହୁ ସାଧାରଣ ଲୋକ ଆହତ ହୋଇଛନ୍ତି। ଏହି ହିଂସାକାଣ୍ଡ ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏପର୍ଯ୍ୟନ୍ତ ଏହି ମାମଲାରେ ୨୧ ଜଣଙ୍କ ଗିରଫ କରାଯାଇଛି। ଏଥିମଧ୍ୟରୁ ୨ ନାବାଳକ ଅଛନ୍ତି।