ନିୟମ ଉଲ୍ଲଂଘନ ଅଭିଯୋଗରେ ଜନପଥ ମାର୍କେଟ ସିଲ୍‌

ନୂଆଦିଲ୍ଲୀ,୧୨।୭: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ କରୋନା କଟକଣା କୋହଳ କରାଯାଇଛି। କଟକଣା କୋହଳ ହେବା ପରେ ଲଗାତର ଭାବେ ମାର୍କେଟରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ଯାହା କରୋନା ସଂକ୍ରମଣ ଭୟକୁ ଆହୁରି ଦ୍ୱିଗୁଣିତ କରିଦେଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ନିୟମ ଉଲ୍ଲଂଘନ ଅଭିଯୋଗରେ ଦିଲ୍ଲୀର ଜନପଥ ମାର୍କେଟକୁ ସୋମବାର ସିଲ୍‌ କରିଦିଆଯାଇଛି। ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଉକ୍ତ ମାର୍କେଟ ବନ୍ଦ ରହିବ। ତେବେ ତୁରନ୍ତ ଏହାକୁ ପାଳନ କରିବା ପାଇଁ ଏନ୍‌ଡିଏମ୍‌ସି. ଏସ୍‌ଏଚ୍‌ଓ ଏବଂ କନ୍ନଟ ପ୍ଲେସ୍‌କୁ ନୂଆ ଦିଲ୍ଲୀର ଜିଲାପାଳ ଓ ଡିଡିଏମ୍‌ଏର ଚେୟାରମେନ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ରବିବାର ଦିଲ୍ଲୀର ଚର୍ଚ୍ଚିତ ସଦର ବାଜାରକୁ ୩ଦିନ ପାଇଁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା।

Share