ନୂଆଦିଲ୍ଲୀ,୨।୧: ଦିଲ୍ଲୀର କାଞ୍ଝାଓ୍ବାଲା ଯୁବତୀଙ୍କ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାକୁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁତର ନେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହାକୁୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦିଲ୍ଲୀ ପୋଲିସକୁ ତୁରନ୍ତ ରିପୋର୍ଟ ଦେବାକୁ ତଲବ କରାଯାଇଛି। ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସିପି ଶାଲିନି ସିଂହଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି। ପୁରା ମାମଲାର ଯାଞ୍ଚ କରି ଶାଲିନି ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ରିପୋର୍ଟ ଦେବେ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଏହି ବିଷୟରେ ଅବଗତ କରାଯାଇଛି। ଅନ୍ୟପଟେ ସୋମବାର ଉକ୍ତ ଯୁବତୀଙ୍କ ମୃତଦେହ ବ୍ୟବଚ୍ଛେଦ ସମ୍ପୂର୍ଣ୍ଣ ହୋଇଛି।
Posted inଜାତୀୟ