Categories: ଜାତୀୟ

ଦିଲ୍ଲୀରେ ଲାଗୁ ହେବ ଗୁଜରାଟ ‘ଆଇନ’! ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରସ୍ତାବ ଦେଲେ ଏଲଜି

ନୂଆଦିଲ୍ଲୀ,୯।୭: ଦିଲ୍ଲୀରେ ଖୁବଶୀଘ୍ର ଗୁଜରାଟ ‘ଆଇନ’ ଲାଗୁ ହେବାକୁ ଯାଉଛି। ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ‘ଦ ଗୁଜରାଟ ପ୍ରିଭେନଶନ ଅଫ ଆଣ୍ଟି-ସୋସିଆଲ ଆକ୍ଟିଭିଟିଜ ଆକ୍ଟ(ପିଏଏସଏଏ)୧୯୮୫’କୁ ରାଷ୍ଟ୍ରୀୟ ରାଜଧାନୀରେ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏ ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଯାଇଛି।

ଏହି ନିୟମ ଅନୁଯାୟୀ, ସାର୍ବଜନିକ ବ୍ୟବସ୍ଥାକୁ ବଜାୟ ରଖିବାକୁ ବିପଜ୍ଜନକ ଅପରାଧୀ, ବେଆଇନ ଭାବେ ମଦ ବିକ୍ରି କରୁଥିବା ବ୍ୟକ୍ତି, ଡ୍ରଗ ଅପରାଧୀ, ଟ୍ରାଫିକ ଆଇନ ଉଲ୍ଲଂଘନକାରୀ ଏବଂ ସମ୍ପତ୍ତି ଦଖଲକାରୀଙ୍କ ପକ୍ଷରୁ କରାଯାଉଥିବା ଅସାମାଜିକ ଓ ବିପଜ୍ଜନକ ଗତିବିଧିକୁ ରୋକିବାକୁ ସେମାନଙ୍କୁ ଜେଲ ନେବାର ପ୍ରାବଧାନ ରହିଛି।
ଗୁଜୁରାଟର ପିଏଏସଏ ଅଧିନିୟମ ଆଲୋଚନାର ବିଷୟ ହୋଇଛି। ରାଜନୈତିକ ତଥା ସାମାଜିକ ସଂଗଠନ ଗୁଜରାଟ ସରକାରଙ୍କୁ ଏହି ଆଇନର ବ୍ୟାପକ ଅପବ୍ୟବହାର ଅଭିଯୋଗ କରି ଅନେକ ଥର ସମାଲୋଚନା କରିଛନ୍ତି। ଏହି କାର୍ଯ୍ୟ ପାଇଁ କୋର୍ଟ ମଧ୍ୟ ତାଗିଦ କରିଛନ୍ତି। ଦୁଇ ବର୍ଷ ପୂର୍ବେ ଏହି ଆଇନ ଅନୁଯାୟୀ ଜଣେ ଡାକ୍ତରଙ୍କୁ ଅଟକ ରଖାଯାଇଥିବା ବେଳେ ଏହି ଆଇନ ମଧ୍ୟ ଆଲୋଚନାକୁ ଆସିଥିଲା।

Share