ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟି(ଏଏପି) ଏମ୍ପି ସଞ୍ଜୟ ସିଂଙ୍କ ୫ ଦିନିଆ ଇଡି ହେପାଜତ ଆଜି ଅର୍ଥାତ୍ ମଙ୍ଗଳବାର) ଶେଷ ହେଉଛି। ଅପରାହ୍ନରେ ଇଡି ପୁଣି ଥରେ ସଞ୍ଜୟ ସିଂଙ୍କୁ ରୌଜ୍ ଏଭେନ୍ୟୁ କୋର୍ଟରେ ହାଜର କରାଇବ।
ସଞ୍ଜୟ ସିଂଙ୍କୁ ଗିରଫ କରାଯିବା ପରେ ଇଡି ତାଙ୍କର ଦୁଇ ଘନିଷ୍ଠ ସହଯୋଗୀ ସର୍ଭେଶ ମିଶ୍ରା ଏବଂ ବିବେକ ତ୍ୟାଗିଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। କେବଳ ଏତିକି ନୁହେଁ ଦୀନେଶ ଆରୋରା ଏବଂ ସଞ୍ଜୟ ସିଂଙ୍କୁ ସାମ୍ନାସାମ୍ନି ପଚରାଉଚରା କରାଯାଇଥିଲା।