Categories: ଜାତୀୟ

ସିସୋଡିଆଙ୍କ ଜାମିନ ଆବେଦନ ଉପରେ ୧୪ ଜୁଲାଇରେ ହେବ ଶୁଣାଣି

ନୂଆଦିଲ୍ଲୀ,୧୦।୭: ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କ ଜାମିନ ଆବେଦନର ପରବର୍ତ୍ତି ଶୁଣାଣି ସୁପ୍ରିମକୋର୍ଟରେ ୧୪ ଜୁଲାଇରେ ହେବ।ବରିଷ୍ଠ ଆଇନଜୀବି ଅଭିଷେକ ମନୁ ସିଂଘଭି ଏହି ମାମଲାକୁ ପ୍ରଧାନ ବିଚାରପତି ଡି.ଇ ଚନ୍ଦ୍ରଚୂଡଙ୍କ ନିକଟରେ ରଖିଥିଲେ ଯାହା ଉପରେ କୋର୍ଟ ଶୁଣାଣି କରିବାକୁ ରାଜି ହୋଇଛନ୍ତି। ସିଂଘଭି କହିଛନ୍ତି ଯେ ଜାମିନ ଆବେଦନକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ସିସୋଡିଆଙ୍କ ପତ୍ନୀ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଗୁରୁବାର ସିସୋଡିଆ ତାଙ୍କ ଜାମିନ ମାମଲାରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ସେ ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ଏହି ଚଢାଉ ପରେ ତାଙ୍କୁ ଇଡି ଗିରଫ କରିଥିଲା।

Share