Categories: ଜାତୀୟ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀଙ୍କ ଝିଅ ଘରେ ସିବିଆଇ ଟିମ୍‌

ହାଇଦ୍ରାବାଦ୍‌,୧୧।୧୨: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ (କେସିଆର) ଝିଅ କେ.କବିତାଙ୍କ ବାସଭବନରେ ରବିବାର ସିବିଆଇ ଟିମ୍‌ ପହଞ୍ଚି ତାଙ୍କୁ ପଚରାଉଚରା କରିଛି। ହାଇଦ୍ରାବାଦର ବଞ୍ଜାରା ଠାରେ ଥିବା କବିତାଙ୍କ ବାସଭବନରେ ତାଙ୍କୁ ସିବିଆଇ ଜେରା କରିଛି।
ଏହାପୂର୍ବରୁ କବିତାଙ୍କ ବାସଭବନ ଆଗରେ ଏକ ପୋଷ୍ଟର ଦେଖିବାକୁ ମିଳିଥିଲା। ଏଥିରେ କବିତା ସିବିଆଇ ଜେରାକୁ ଭୟ କରୁ ନ ଥିବା କଥା ଲେଖାଯାଇଥିଲା। କବିତା ଏହା ପୂର୍ବରୁ ସେ ଏହି ମାମଲାରେ ସିବିଆଇକୁ ସହଯୋଗ କରିବେ ବୋଲି କହିଥିଲେ।
ସୂଚନାଯୋଗ୍ୟ, ଦିଲ୍ଲୀର କେଜ୍‌ରିୱାଲ ସରକାର କୋଟି କୋଟି ଟଙ୍କା ଅବକାରୀ ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ମଧ୍ୟ ପୂର୍ବରୁ ପଚରାଉଚରା କରାଯାଇଥିଲା।

Share