Categories: ଜାତୀୟ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସରିଲା ସିବିଆଇ ଯାଞ୍ଚ, ମୁଖ୍ୟମନ୍ତ୍ରୀଙ୍କୁ ନେଇ ଅଧିକାରୀ କହିଲେ…

ମୁମ଼୍ବାଇ, ୬।୭: ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତି ମାମଲା ଯାଞ୍ଚ କରୁଥିବା କେନ୍ଦ୍ର ତଦନ୍ତକାରୀ ସଂସ୍ଥା ସିବିଆଇ ତଦନ୍ତ ଶେଷ କରିଛି । ଶନିବାର ସିବିଆଇ ସ୍ପଷ୍ଟ କରିଛି ଯେ ଅରବିନ୍ଦ କୋଜରିୱାଲ୍‌ଙ୍କୁ ଛାଡ଼ି ମାମଲାରେ ଜଡ଼ିତ ଅନ୍ୟ ଅଭିଯୁକ୍ତଙ୍କ ଯାଞ୍ଚ ସରିଛି । ଏହି ଦୁର୍ନୀତିରେ ଏବେ କେବଳ କେଜରିୱାଲଙ୍କ ଭୂମିକାକୁ ନେଇ ଯାଞ୍ଚ ଚାଲିଥିବା ଅଧିକାରୀ କହିଛନ୍ତି ।

ସିବିଆଇର ଓକିଲ ଡିପି ସିଂହ ଏନେଇ କହିଛନ୍ତି ଯେ, ୪ ଜୁନ୍‌ପରେ ହୋଇଥିବା କିଛି ନୂଆ ଘଟଣାକ୍ରମକୁ ନେଇ ସୁପ୍ରିମ୍‌କୋର୍ଟଙ୍କୁ ସୂଚନା ଦିଆଯାଇଛି । ଯେଉଁ କାରଣରୁ ଆମକୁ କେଜରିୱାଲଙ୍କୁ ଗିରଫ କରିବାକୁ ପଡ଼ିଥିଲା । ସିବିଆଇ ଏନେଇ କହିଛି ଯେ, ସଲିସିଟର ଜେନେରାଲ୍‌ଙ୍କ ଦ଼୍ବାରା ପ୍ରଥମେ ଦିଆଯାଇଥିବା ବୟାନ କେଜରିୱାଲଙ୍କୁ ଛାଡ଼ି ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କ ସହିତ ଜଡ଼ିତ ।

Share