Categories: ଜାତୀୟ

ପୁଣି ଆଉ ଗୋଟିଏ ସପ୍ତାହ ବଢିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀରେ ଦିନକୁ ଦିନ କରୋନା ଜୀବାଣୁ ବୃଦ୍ଧି ପାଉଛି। ଏଥି ସହିତ ଅମ୍ଳଜାନର ଅଭାବ ମଧ୍ୟ ବୃଦ୍ଧି ପାଉଛି। ସେପଟେ ଦିଲ୍ଲୀ ସରକାର ପୁଣି ଗୋଟିଏ ସପ୍ତାହ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ କହିଛନ୍ତି ଯେ, ଏହି ଲକଡାଉନ ଆସନ୍ତା ମେ ୩ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି ପାଇଛି।କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଏପ୍ରିଲ ୧୯ରେ ଦିଲ୍ଲୀରେ ପ୍ରଥମ ଲକଡାଉନ ଘୋଷଣା ହୋଇଥିଲା।  ଏପ୍ରିଲ ୧୯ ସୋମବାର ସକାଳ ୧୦ ଟାରୁ ୨୬ ଏପ୍ରିଲ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ କରାଯାଇଥିଲା। ଲକ୍‌ଡାଉନ୍‌ ସମୟରେ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ଖୋଲା ରହିବ, କିନ୍ତୁ ଅଧିକାରୀ ଏବଂ କର୍ମଚାରୀଙ୍କୁ ସେମାନଙ୍କର ପରିଚୟ ପତ୍ର ଦେଖାଇବାକୁ ପଡିବ।

Share