ନୂଆଦିଲ୍ଲୀ,୩୧।୮: ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଏକ ନୂଆ ମୋଡ଼ ନେଇଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆଣିଥିବା ଆମ୍ ଆଦମୀ ପାର୍ଟି(ଏଏପି) ନେତା ସୌରଭ ଭରଦ୍ୱାଜ, ଆତିଶି, ଦୁର୍ଗେଶ ପାଠକ ଏବଂ ଜସ୍ମିନ ଶାହାଙ୍କ ବିରୋଧରେ ମାନହାନୀ କେସ୍ କରିବାକୁ ଉପରାଜ୍ୟପାଳ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୬ ବିମୁଦ୍ରୀକରଣ ବେଳେ ବିନୟ କୁମାର ସକ୍ସେନା ସରକାରୀ ଖଦି ବୋର୍ଡର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ସେ ନିଜର ଦୁଇ ଜଣ କର୍ମଚାରୀଙ୍କୁ ୧୪ଶହ କୋଟି ଟଙ୍କାର ପୁରୁଣା ନୋଟ ବଦଳାଇବାକୁ ଚାପ ପକାଇଥିଲେ ବୋଲି ଏଏପି ଅଭିଯୋଗ କରିଛି। ଏଥିସହ ତାଙ୍କ ଇସ୍ତଫା ଦାବି କରି ଏହି ଦୁର୍ନୀତିର ସିବିଆଇ ଏବଂ ଇଡି ଅନୁସନ୍ଧାନ କରାଯାଉ ବୋଲି ଏଏପି କହିଛି। ତେବେ ସମସ୍ତ ଅଭିଯୋଗକୁ ସକ୍ସେନା ଖଣ୍ଡନ କରିଛନ୍ତି।