ନୂଆଦିଲ୍ଲୀ,୨୧।୮ : ଛୁରୀ ମୁନରେ ଜଣଙ୍କୁ ଲୁଟିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ୨୨ ବର୍ଷୀୟ ଯୁବକ। ପ୍ରେମିକାଙ୍କ ଜନ୍ମଦିନରେ ମହଙ୍ଗା ଉପହାର ଦେବା ପାଇଁ ଅଭିଯୁକ୍ତ ଜଣକ ଅପରାଧର ବାଟ ବାଛି ନେଇଥିଲେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।
ଅଭିଯୁକ୍ତଙ୍କ ନାମ ବିରାଟ ସିଂ। ସେ ଦିଲ୍ଲୀର ଡବ୍ରୀରେ ରୁହନ୍ତି। ଗତ ଶୁକ୍ରବାର ରାତିରେ ଡବ୍ରି ଥାନାକୁ ଆସିଥିଲା ଏକ ଲୁଟ୍ ଅଭିଯୋଗ। ସୀତାପୁରୀ ବସଷ୍ଟାଣ୍ଡକୁ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଛୁରୀ ଦେଖାଇ ମୋବାଇଲ ଓ ୫,୫୦୦ ଟଙ୍କା ଲୁଟ୍ ନେଇଥିଲେ ୪ ଜଣ ଦୁର୍ବୃତ୍ତ। ଏଥିସହ ଛୁରାମାଡ଼ ହୋଇଥିବା ଅଭିଯୋଗ ଆସିଥିଲା ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।
ଖବର ପାଇ ପୋଲିସ ବିରାଟଙ୍କ ସମେତ ଅନ୍ୟ ଲୁଟେରାଙ୍କୁ ଗିରଫ କରିଥିଲା। ପଚରାଉଚୁରା ବେଳେ ଅଭିଯୁକ୍ତ ବିରାଟ କହିଥିଲେ, ସେ ଗୁରଗାଓଁର ଏକ କଲ ସେଣ୍ଟରରେ କାମ କରୁଥିଲି। କିନ୍ତୁ ଲକଡାଉନ ଯୋଗୁ ଚାକିରି ଚାଲିଗଲା। ପ୍ରେମିକାଙ୍କୁ ଜନ୍ମଦିନରେ ଦରକାର ଥିଲା ମହଙ୍ଗା ଉପହାର। ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ଲୁଟ୍ କରିଥିଲୁ।