କରୋନା ରୋଗୀଙ୍କ ହସ୍ପିଟାଲ ବିଲ୍ ଦେଢ କୋଟି ଟଙ୍କା!

ନୂଆଦିଲ୍ଲୀ,୯ ।୯: ରାଜଧାନୀ ଦିଲ୍ଲୀରେ ପ୍ରାଇଭେଟ ହସ୍ପିଟାଲଙ୍କ ମନମାନି ପୁଣିଥରେ ସାମ୍ନାକୁ ଆସିଛି । ଦିଲ୍ଲୀର ସାକେତ ସ୍ଥିତ ମ୍ୟାକ୍ସ ହସ୍ପିଟାଲ ଦ୍ୱାରା ଜଣେ କରୋନା ରୋଗୀଙ୍କ ଚିକିତ୍ସା ବିଲ ୧ କୋଟି ୬୦ ଲକ୍ଷ ହୋଇଥିବା ଜଣାପଡିଛି । ଏହି ବିଲ୍ କରୋନା ରୋଗୀଙ୍କ ପରିବାର ଜନଙ୍କୁ ହସ୍ତାନ୍ତର କରିବା ପରେ ଏବେ ଘରୋଇ ହସ୍ପିଟାଲର ଅସଲ ଚେହେରା ପଦାକୁ ଆସିଗଲାଣି । ତେବେ ଉକ୍ତ ବିଲକୁ ନେଇ କଂଗ୍ରେସ ଓ ଆମ ଆଦମୀ ପାର୍ଟି ଦେଶରେ ପ୍ରାଇଭେଟ ହସ୍ପିଟାଲ ଉପରେ ରେଗୁଲେଶନ ପାଇଁ ଦାବି କରିଛନ୍ତି । ପୀଡ଼ିତ କରୋନା ରୋଗୀ ଜଣଙ୍କ ଏପ୍ରିଲ ୨୮ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ତାଙ୍କୁ ସେପ୍ଟେମ୍ବର ୬ରେ ଡିସଚାର୍ଯ୍ୟ କରାଯାଇ ପରିବାର ଲୋକଙ୍କ ହାତରେ କୋକଟିଏରୁ ଅଧିକ ଟଙ୍କାର ବିଲ୍ ଧରାଇ ଦେଇଥିଲେ । ରୋଗୀଙ୍କ ପରିଜନ ମାଲବିୟ ନଗରର ବିଧାୟକ ତଥା ଆମ ଆଦମୀ ପାର୍ଟି ନେତା ସୋମନାଥ ଭାରତୀଙ୍କ ନିକଟକୁ ଯାଇଥିଲେ । ଏହାପରେ ସୋମନାଥ ଭାରତି କହିଛନ୍ତି, ଆଶ୍ଚର୍ଯ୍ୟର କଥା କରୋନା ଚିକିତ୍ସା ପାଇଁ ୧ କୋଟି ୬୦ ଲକ୍ଷ ଟଙ୍କା ବିଲ୍ । କାହାକୁ ବି ଆପଣ ଏତେ ଟଙ୍କା ମାଗିଲେ ଯେ କେହି ହଡବଡେଇ ଯିବା ସ୍ୱାଭାବିକ । ତେଣୁ ସେ ହସ୍ପିଟାଲକୁ ପ୍ରଶ୍ନ କରିଛନ୍ତି କି କରୋନା ରୋଗୀଙ୍କ ଦେହରେ ଏମିତି କ’ଣ ଲାଗିଲା ଯେ ଏତେ ଟଙ୍କାର ବିଲ୍ । ତେଣୁ ହସ୍ପିଟାଲ ଡିସକାଉଣ୍ଟ ଦେବାକୁ ସେ କହିଛନ୍ତି ।

Share