ନୂଆଦିଲ୍ଲୀ,୯।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପୁଣି ଦିଲ୍ଲୀ ମହାନଗର ନିଗମ ମେୟର ନିର୍ବାଚନ ନେଇ ଉପରାଜ୍ୟପାଳଙ୍କ ନିକଟକୁ ଏକ ପ୍ରସ୍ତାବ ପଠାଇଥିବା ସୂଚନା ମିଳିଛି। ଫେବୃୟାରୀ ୧୩ ଏବଂ ୧୪ ତାରିଖରେ ନିର୍ବାଚନ କରିବାକୁ ପ୍ରସ୍ତାବ ଦେଇଛନ୍ତି କେଜ୍ରିଓ୍ବାଲ। ତେବେ ଏହା ଉପରେ ଉପରାଜ୍ୟପାଳଙ୍କ ଅନୁମୋଦନ ପରେ ହିଁ ତାରିଖ ସ୍ଥିର କରାଯିବ ବୋଲି ଜଣାପଡିଛି।
ନିର୍ବାଚନ ପୂର୍ବରୁ ଭାଜପା ଏବଂ ଆପ ସଦସ୍ୟମାନେ ଗୃହରେ ବିକ୍ଷୋପ ପ୍ରଦର୍ଶନ କରିଥିଲେ। ଏଥିଯୋଗୁ ତୃତୀୟଥର ପାଇଁ ଦିଲ୍ଲୀ ମହାନଗର ନିଗମର ମେୟର ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ଏହା ପୂର୍ବରୁ ମଧ୍ୟ ୨ ଥର ଦିଲ୍ଲୀ ମେୟର ନିର୍ବାଚନ ସ୍ଥଗିତ ରହିଥିଲା।