Categories: ଜାତୀୟ

ଶୁକ୍ରବାର ଦିଲ୍ଲୀରେ ଏମ୍‌ସିଡି ମେୟର ନିର୍ବାଚନ: ବ୍ୟବହାର ହେବ ୩ରଙ୍ଗର ବାଲାଟ ପେପର

ନୂଆଦିଲ୍ଲୀ,୫।୧: ଦିଲ୍ଲୀରେ ଏମ୍‌ସିଡି ନିର୍ବାଚନ ପରେ ବର୍ତ୍ତମାନ ମେୟର ନିର୍ବାଚନ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଛି। ଜାନୁଆରୀ ୬ ଅର୍ଥାତ୍‌ ଶୁକ୍ରବାର ଦିଲ୍ଲୀ ଏମ୍‌ସିଡିର ମେୟର ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିସହ ଡେପୁଟି ମେୟର ଓ ଷ୍ଟାଣ୍ଡିଂ କମିଟିର ସଦସ୍ୟ ମଧ୍ୟ ନିର୍ବାଚିତ ହେବେ। ଏଥିପାଇଁ ବାଲାଟ ପେପରର ରଙ୍ଗ କୋଡ୍‌ ସ୍ଥିର କରାଯାଇଛି। ମେୟର ନିର୍ବାଚନ ପାଇଁ ମତଦାନ ସକାଳ ୧୧ଟାରୁ ଆରମ୍ଭ ହେବ ବୋଲି ସୂଚନା ରହିଛି। ଶୁକ୍ରବାର ସର୍ବପ୍ରଥମେ ସମସ୍ତ କାଉନସିଲର ଶପଥ ଗ୍ରହଣ କରିବେ ପରେ ମେୟର, ଡେପୁଟି ମେୟର ଏବଂ ଷ୍ଟାଣ୍ଡିଂ କମିଟିର ସଦସ୍ୟଙ୍କ ନିର୍ବାଚନ ହେବ। ଏହି ସମସ୍ତ କାର୍ଯ୍ୟକ୍ରମ ସିଭିକ୍‌ ସେଣ୍ଟରର ଚତୁର୍ଥ ମହଲାରେ ଅନୁଷ୍ଠିତ ହେବ।

Share