Posted inଜାତୀୟ

ଦିଲ୍ଲୀ ମେୟର ନିର୍ବାଚନର ଠିକ ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କଲା ଭାଜପା, ନିର୍ବିରୋଧରେ ଜିତିଲେ ଏଏପି ପ୍ରାର୍ଥୀ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ନଗର ନିଗମର ମେୟର ତଥା ଡେପୁଟି ମେୟର ପଦ ପାଇ’ଁବୁଧବାର ଭୋଟ ଗ୍ରହଣ କରାଯିବାର ଥିଲା। ଏଥର ୬ ଥର କାଉନସିଲର ତଥା ଏଏପି ନେତା ମୁକେଶ ଗୋୟଲଙ୍କୁ ଏମସିଡି ସଦନ ଚଳାଇବା ପାଇଁ ପ୍ରିଜାଇଡିଂ ଅଫିସର କରାଯାଇଥିଲା। ତାଙ୍କ ନାମର ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ଏଲଜି ବା ଉପରାଜ୍ୟପାଳ ବିନୟ ସାକ୍ସେନାଙ୍କ ନିକଟକୁ ପଠାଇଥିଲେ। ଦୁଇ ଦିନ ପୂର୍ବରୁ ଏଲଜି ତାଙ୍କ ନାମ ଉପରେ ସହମତି ପ୍ରକାଶ କରଥିଲେ।
ହେଲେ ବୁଧବାର ନିର୍ବାଚନ ହେବାର ଠିକ ପୂର୍ବରୁ ଭାଜପା ପ୍ରାର୍ଥୀ ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଥିବା ଜଣାପଡିଛି। ଫଳରେ ଆମ ଆଦମୀ ମାର୍ଟି(ଏଏପି) ପ୍ରାର୍ଥୀ ନିର୍ବିରୋଧରେ ବିଜୟି ହୋଇଛନ୍ତି। ଡ. ଶୈଲି ଓବରୟ ଦ୍ୱିତୀୟ ଥର ମେୟର ଓ ଆଲେ ମହମ୍ମଦ ଇକବାଲ ଦ୍ୱିତୀୟ ଥର ଡେପୁଟି ମେୟର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କେଜରିଓ୍ବାଲ ଟୁଇଟ କରି ଲେଖିଛନ୍ତି, ଏଥର ନିର୍ବିରୋଧରେ ମେୟର ଓ ଡେପୁଟି ମେୟର ହୋଇଥିବା ଶୈଲି ଓ ଏଲେଙ୍କୁ ଶୁଭକାମନା। ଲୋକଙ୍କର ଆମ ଉପରେ ଅନେକ ଆଶା ରହିଛି। ସେମାନଙ୍କ ଆଶା ପୂରଣ କରିବାକୁ କଠିନ ପରିଶ୍ରମ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବଢିଲା ରାହୁଲଙ୍କ ଟେନସନ, କୋର୍ଟ ପଠାଇଲା ନୋଟିସ

ନୂଆଦିଲ୍ଲୀ,୨୧।୩: ଉତ୍ତର ପ୍ରଦେଶ ସମ୍ଭଲର ସାଂସଦ-ବିଧାୟକ କୋର୍ଟ ବିରୋଧୀ ଦଳ ନେତା ତଥା କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। କୋର୍ଟ ତାଙ୍କୁ...

ନୀତୀଶଙ୍କ ଉପରେ ଗର୍ଜିଲେ ତେଜସ୍ବୀ, ବିଧାନସଭାରେ ହଙ୍ଗାମା

ପାଟନା,୨୧।୩: ଶୁକ୍ରବାର ବିହାର ବିଧାନସଭାରେ, ବିରୋଧୀ ଦଳ ଜାତୀୟ ସଙ୍ଗୀତର ଅପମାନ ପ୍ରସଙ୍ଗରେ ସରକାରଙ୍କ ବିରୁଦ୍ଧରେ ତୀବ୍ର ପ୍ରତିବାଦ କରିଥିଲେ। ବିଧାନସଭା ପରିସର ଭିତରେ ଏବଂ...

ଦିଲ୍ଲୀ ହାଇକୋର୍ଟର ବିଚାରପତିଙ୍କ ଘରୁ ମିଳିଲା ନୋଟ ଗଦା, ଯାହାକୁ ନେଇ ରାଜ୍ୟ ସଭାରେ ହଙ୍ଗାମା

ନୂଆଦିଲ୍ଲୀ,୨୧।୩: ଶୁକ୍ରବାର ରାଜ୍ୟ ସଭାରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ, ଦିଲ୍ଲୀ ହାଇକୋର୍ଟର ଜଣେ ବିଚାରପତିଙ୍କ ଘରୁ ମିଳିଥିବା ନୋଟ ଗଦା ପ୍ରସଙ୍ଗ ଉଠିଥିଲା। କଂଗ୍ରେସ...

ବିଲ୍ ପାସ୍ କଲେ କର୍ଣ୍ଣାଟକ ସରକାର: ମୁସଲମାନମାନଙ୍କୁ ମିଳିବ ସଂରକ୍ଷଣ

ବେଙ୍ଗାଲୁରୁ,୨୧।୩: କର୍ଣ୍ଣାଟକ ବିଧାନସଭାରେ ହନି ଟ୍ରାପ୍ ଦୁର୍ନୀତି ବିବାଦ ମଧ୍ୟରେ, ରାଜ୍ୟ ସରକାର ମୁସଲମାନମାନଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ପ୍ରଦାନ କରୁଥିବା ବିଲ୍ ପାସ୍...

ମୁଖ୍ୟମନ୍ତ୍ରୀ-ବିଧାୟକଙ୍କ ଦରମା ହେଲା ଦୁଇଗୁଣା, ବିଧାନସଭାରେ ବିଲ ପାସ୍‌

ବେଙ୍ଗାଲୁରୁ,୨୧।୩: କର୍ନାଟକରେ ମୁଖ୍ୟମନ୍ତ୍ରୀ ଏବଂ ବିଧାୟକମାନଙ୍କ ଦରମା ଏବେ ଦ୍ୱିଗୁଣିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ, ସିଦ୍ଧରମୈୟା ସରକାର ବିଧାନସଭାର ଦରମା, ପେନସନ ଏବଂ ଭତ୍ତା (ସଂଶୋଧନ)...

ADR Report: ଏହି ରାଜ୍ୟରେ ଅଛନ୍ତି ଦେଶର ସବୁଠାରୁ ଅଧିକ ଧନୀ ବିଧାୟକ, ଜାଣନ୍ତୁ ଦ୍ୱିତୀୟ ନମ୍ବରରେ କେଉଁ ରାଜ୍ୟ

ନୂଆଦିଲ୍ଲୀ,୨୧।୩: କର୍ନାଟକର ମୁଖ୍ୟମନ୍ତ୍ରୀଙ୍କଠାରୁ ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦରମା ବୃଦ୍ଧି ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ବିଧାନସଭାରେ ଏକ ବିଲ ଆଗତ କରିବାକୁ ଯାଉଛନ୍ତି। ଏହି...

ପଛରେ ପଡ଼ିବ ଗୁଗଲ୍, ନିଜସ୍ୱ ସର୍ଚ୍ଚ ଇଞ୍ଜିନ୍ ପ୍ରସ୍ତୁତ କରୁଛନ୍ତି ଭାରତ ସରକାର

ନୂଆଦିଲ୍ଲୀ, ୨୧ା୩: ଭାରତ ଏକ ସ୍ୱଦେଶୀ ଭାବରେ ବିକଶିତ ବ୍ରାଉଜର(ସର୍ଚ୍ଚ ଇଞ୍ଜିନ୍) ଯୋଜନା କରୁଛି ଯାହା ଡାଟା ସୁରକ୍ଷା ଏବଂ ଗୋପନୀୟତା ସୁନିଶ୍ଚିତ କରିବ। ଏଥିପାଇଁ...

“ବହୁତ ଭଲ ସମ୍ପର୍କ, କିନ୍ତୁ…”: ଭାରତ ଉପରେ ଟ୍ରମ୍ପଙ୍କ ନୂଆ ଟାରିଫ୍ କମେଣ୍ଟ

ୱାଶିଂଟନ, ୨୧ା୩: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଭାରତ ସହିତ “ବହୁତ ଭଲ ସମ୍ପର୍କ” ଅଛି, କିନ୍ତୁ ଦେଶ ସହିତ ତାଙ୍କର “ଏକମାତ୍ର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image