Categories: ଜାତୀୟ

ମେଟ୍ରୋ ଟ୍ରେନ ଓ୍ବିଣ୍ଡୋରେ ଅଟକିଲା ମହିଳାଙ୍କ ଶାଢ଼ୀ

ନୂଆଦିଲ୍ଲୀ,୧୭।୪: ଦିଲ୍ଲୀ ମେଟ୍ରୋ ଟ୍ରେନର ଓ୍ବିଣ୍ଡୋରେ ଫଶିଲା ମହିଳାଙ୍କ ଶାଢ଼ୀ। ଅଳ୍ପକେ ବର୍ତ୍ତିଲା ମହିଳାଙ୍କ ଜୀବନ। ମଙ୍ଗଳବାର ଗୀତା (୪୦) ଓ ତାଙ୍କ ଝିଅ ମେଟ୍ରୋ ଟ୍ରେନରେ ନଓ୍ବାଡ଼ାରୁ ମୋତିନଗରକୁ ଯାଉଥିଲେ। ଟ୍ରେନଟି ମୋତିନଗର ଷ୍ଟେସନରେ ପହଞ୍ଚିବା ପରେ ଗୀତା, ତାଙ୍କ ଝିଅ ପ୍ଲାଟଫର୍ମରେ ଓହ୍ଲାଇଥିଲେ। ଟ୍ରେନର କୋଚର ଓ୍ବିଣ୍ଡୋ ବନ୍ଦ ହେବା ସମୟରେ ଗୀତାଙ୍କ ଶାଢ଼ୀ ଫଶି ଯାଇଥିଲା। ଏହାପରେ ପ୍ଲାଟଫର୍ମରୁ ଟ୍ରେନ ଚାଲିବା ଆରମ୍ଭ କରିଥିଲା। ଫଳରେ ଗୀତା ବହୁ ଦୂର ପର୍ଯ୍ୟନ୍ତ ଘୋସାଡି ହୋଇଯାଇଥିଲେ। କିଛି ସମୟ ପରେ ଟ୍ରେନରେ ଥିବା ଯାତ୍ରୀ ଏମାରଜେନ୍ସି ବଟନକୁ ଅନ୍‌ କରିବା ପରେ ଟ୍ରେନଟି ଅଟକିଯାଇଥିଲା। ଏହି ଦୁର୍ଘଟଣାରେ ଗୀତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବୋଲି ଗୀତାଙ୍କ ସ୍ବାମୀ ଜଗଦୀଶ ପ୍ରସାଦ କହିଛନ୍ତି।

Share