Categories: ଜାତୀୟ

ହସ୍ପିଟାଲରେ ଭର୍ତ୍ତି ହେଲେ ସତ୍ୟେନ୍ଦ୍ର

ନୂଆଦିଲ୍ଲୀ,୨୦।୬: ବେଆଇନ୍‌ ଅର୍ଥ କାରବାରରେ ଗିରଫ ହୋଇଥିବା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ଏଲ୍‌ଏନ୍‌ଜିପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ସତ୍ୟେନ୍ଦ୍ରଙ୍କୁ ତିହାର ଜେଲରୁ ପ୍ରଥମେ ଜିବି ପ୍ୟାଣ୍ଟ ହସ୍ପିଟାଲକୁ ଅଣାଯାଇଥିଲା ଏବଂ ପରେ ଏଲ୍‌ଏନ୍‌ଜିପି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ସୂଚନାନୁସାରେ, ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗତ ମେ ୩୦ରେ ବେଆଇନ ଅର୍ଥ କାରବାର ମାମଲାରେ ତାଙ୍କୁ ଗିରଫ କରିଥିଲା। ଜୁନ ୬ରେ, ଇଡି ଅଧିକାରୀମାନେ ସତ୍ୟେନ୍ଦ୍ରଙ୍କ ସହ ଜଡିତ ସାତୋଟି ସ୍ଥାନରେ ଚଢାଉ କରିଥିଲା। ଏହା ପରେ ଜୁନ୍‌ ୧୭ରେ ଦ୍ୱିତୀୟ ଥର ପାଇଁ ଇଡି ଚଢାଉ କରିଥିଲା।

Share