କମିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରର ନୂଆ ରେଟ୍‌…

ନୂଆଦିଲ୍ଲୀ,୨୧।୭: ତୈଳ କମ୍ପାନୀ ପକ୍ଷରୁ ରବିବାର ପେଟ୍ରୋଲ ଏବଂ ଡିଜେଲ ଦର ଜାରି କରାଯାଇଛି। ଏଥିରେ କୌଣସି ପରିବର୍ତ୍ତନ ହୋଇ ନ ଥିଲେ ବି କିଛି ରାଜ୍ୟରେ ଟ୍ୟାକ୍ସ କମିବା ଏବଂ ବଢ଼ିବା ଯୋଗୁ କିଛି ପ୍ରମୁଖ ସହରରେ ତୈଳ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି।

ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ୯୪.୭୨ ଟଙ୍କା ଥିବା ବେଳେ ଡିଜେଲର ମୂଲ୍ୟ ୮୭.୬୨ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ଦାମ ୧୦୩.୯୪ ଟଙ୍କା ରହିଥିବା ବେଳେ ଡିଜେଲର ମୂଲ୍ୟ ୮୯.୯୭ ଟଙ୍କା ରହିଛି। ସେହିଭଳି କୋଲକାତାରେ ଏହି ଦର ଯଥାକ୍ରମେ ୧୦୩.୯୪, ୯୦.୭୬ ଟଙ୍କା ରହିଛି। ଚେନ୍ନାଇରେ ୧୦୦.୮୫- ୯୨.୪୪ ଟଙ୍କା, ବେଙ୍ଗାଲୁରୁରେ ୧୦୨.୮୬-୮୮.୯୪ ଟଙ୍କା,ଲକ୍ଷ୍ନୌରେ ୯୪.୬୫ -୮୭.୭୬ ଟଙ୍କା,ନୋଏଡାରେ ୯୪.୬୬-୮୭.୭୬ ଟଙ୍କା, ଗୁରୁଗ୍ରାମରେ ୯୪.୯୮-୮୭.୮୫ ଟଙ୍କା, ଚଣ୍ଡିଗଡ଼ରେ ୯୪.୨୪-୮୨.୪୦ ଟଙ୍କା, ପାଟନାରେ ୧୦୫.୪୨-୯୨.୨୭ ଟଙ୍କା ରହିଛି।
ତେବେ ରାଜଧାନୀ ଭୁବନେଶ୍ୱର କଥା ଦେଖିଲେ ରବିବାର ଏଠାରେ ପେଟ୍ରୋଲ ଲିଟର ପିଛା ୧୦୦.୮୯ ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ ୯୨.୪୭ ହୋଇଛି। ଶନିବାର ଅର୍ଥାତ ଜୁଲାଇ ୨୦ରେ ପେଟ୍ରୋଲ-ଡିଜେଲ ଦର ଲିଟର ପ୍ରତି ୧୦୦.୯୭ ଟଙ୍କା ଏବଂ ଡିଜେଲ ମୂଲ୍ୟ ୯୨.୫୫ ଟଙ୍କା ରହିଥିଲା।

ଘରେ ବସି ଆପଣ ଜାଣିପାରିବେ ଦାମ୍‌:
ଆପଣ ନିଜ ସହରର ପେଟ୍ରୋଲ-ଡିଜେଲ ଦର ବିଷୟରେ ଜାଣିବାକୁ ଚାହୁଁଥିଲେ ତୈଳ କମ୍ପାନୀଗୁଡ଼ିକର ଓ୍ବେବ୍‌ସାଇଟ୍‌କୁ ଯାଇପାରିବେ। ନଚେତ ନିଜ ଫୋନ୍‌ରୁ ଏକ ଏସ୍‌ଏମ୍‌ଏସ୍‌ ପଠାଇବାକୁ ହେବ। ଯଦି ଆପଣ ଇଣ୍ଡିଆନ ଅଏଲର ଗ୍ରାହକ ତେବେ ଆର୍‌ଏସ୍‌ପି ସହ ସହରର କୋର୍ଡ ଲେଖି ୯୨୨୪୯୯୨୨୪୯ ନମ୍ବରରେ, ବିପିସିଏଲ୍‌ ଗ୍ରାହକ ହୋଇଥିଲେ ଆର୍‌ଏସ୍‌ପି ଲେଖି ୯୨୨୩୧୧୨୨୨୨ ନମ୍ବରରେ ଏସ୍‌ଏମ୍‌ଏସ୍‌ ପଠାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ମହାବିଜୟ ମୁହାଁ ମହାୟୁତି: ୨୦୦ ପାର୍‌ କଲା ମେଣ୍ଟ

ପୁଣେ,୨୩।୧୧: ମହାରାଷ୍ଟ୍ରରେ ପୁଣି ମହାୟୁତି ଦ୍‌ବଦବା ଦେଖିବାକୁ ମିଳିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ମହାୟୁତି ବହୁମତଠାରୁ ବହୁ ଆଗରେ ଚାଲିଛି। ଭାଜପା ନେତୃତ୍ୱାଧୀନ ମହାୟୁତି ୨୧୩ଟି ଆସନରେ,...

ମହାରାଷ୍ଟ୍ରରେ ମହାୟୁତିକୁ ବହୁମତ: ପଛରେ ପଡ଼ିଲା ଏମ୍‌ଭିଏ

ପୁଣେ,୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଗଣନା ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ମହାୟୁତିକୁ ବହୁମତ ମିଳିଛି। ଭାଜପା ନେତୃତ୍ୱାଧୀନ ମହାୟୁତି ୯୭ଟି ଆସନରେ, କଂଗ୍ରେସ...

ଝାଡ଼ଖଣ୍ଡରେ କଡ଼ା ଟକ୍କର: ଆଗ-ପଛ ହେଉଛନ୍ତି ଇଣ୍ଡିଆ-ଏନ୍‌ଡିଏ ମେଣ୍ଟ

ରାଞ୍ଚି,୨୩।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଭୋଟ ଗଣନା ଜାରି ରହିଛି। ପ୍ରାରମ୍ଭିକ ଟେଣ୍ଡରେ ଇଣ୍ଡିଆ ଏବଂ ଏନ୍‌ଡିଏ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।...

ଖେଳକୁ ବୁଝନ୍ତୁ ଲୋକେ:ରାହୁଲ

ନୂଆଦିଲ୍ଲୀ,୨୩ା୧୧:ସୌର ଶକ୍ତି ଠିକା ପାଇଁ ଭାରତୀୟ ଅଧିକାରୀମାନଙ୍କୁ ଲାଞ୍ଚ ଦେବା ଓ ନିବେଶକଙ୍କୁ ଠକେଇ ଅଭିଯୋଗରେ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା କୋର୍ଟରୁ ଗିରଫ...

Maharashtra Election Result Live: ପ୍ରାରମ୍ଭିକ ଟ୍ରେଣ୍ଡରେ ମହାୟୁତି ଆଗରେ

ପୁଣେ,୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶନିବାର ସକାଳୁ ମତଗଣନା ଚାଲିଛି। ସକାଳ ୮ଟାରୁ ଗଣତି କାର୍ଯ୍ୟ ଆରମ୍ଭ ହୋଇଛି। ପୋଷ୍ଟାଲ ବାଲଟ ଗଣତିରେ ମହାୟୁତି...

ବଜାରରେ ଜେସିବିର ନୂତନ ଉତ୍ପାଦ

ଭୁବନେଶ୍ୱର, ୨୩।୧୧: ଜେସିବି ଇଣ୍ଡିଆ ଲିମିଟେଡ୍‌ର ନୂତନ ଉତ୍ପାଦ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଫୁଏଲ ମାଷ୍ଟର ଜେସିବି ନେଷ୍ଟ ୨୧୫ ଏଲ୍‌ସି ଏକ୍ସାଭେଟର’ର ଅନାବରଣ...

ଡ୍ରିମ୍‌ସ ଅଧ୍ୟକ୍ଷଙ୍କୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ

ଭୁବନେଶ୍ୱର,୨୩।୧୧ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍‌ସ ଗ୍ରୁପ୍‌ ଏବଂ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶିଷ୍ଠ ଉଦ୍ୟୋଗପତି ଡ.ପ୍ରମୋଦ...

ଶେଷ ଦିନରେ ନିବେଶକ ଯୋଡ଼ିଲେ ୭ ଲକ୍ଷ କୋଟି

ମୁମ୍ବାଇ,୨୩।୧୧: ଅନ୍ତରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ମଧ୍ୟରେ ଭାରତୀୟ ପୁଞ୍ଜି ବଜାର କାରବାର ବେଶ ଉତ୍ସାହଜନକ ରହିଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri