Categories: ଜାତୀୟ

ବିଷବଳୟରେ ସାରା ଭାରତ

ନୂଆଦିଲ୍ଲୀ, ୮।୧୧: ବାୟୁପ୍ରଦୂଷଣର ପ୍ରଭାବ ଏପରି ଦେଖିବାକୁ ମିଳିଛି ଯେ ସାରା ଦିଲ୍ଲୀ ଏଇ କିଛିଦିନ ମଧ୍ୟରେ ଅଣନିଶ୍ୱାସୀ ହୋଇଯାଇଛି। ଏହାରି ଭିତରେ ନାସା ଏକ ସାଟେଲାଇଟ ଫଟୋ ଜାରି କରିଛି। ଫଟୋରେ କେବଳ ଦିଲ୍ଲୀ-ଏନସିଆର ନୁହେଁ ପାକିସ୍ତାନରୁ ବଙ୍ଗୋପସାଗର ଯାଏଁ ପ୍ରଦୂଷଣର ଧୂଆଁ ସ୍ପଷ୍ଟ ବାରି ହୋଇପଡିଛି।
ଦିନକୁ ଦିନ ପ୍ରଦୂଷଣକୁ ନେଇ ଦିଲ୍ଲୀରେ ଭୟଙ୍କର ପରସ୍ଥିତି ଉପୁଜିଛି। ଦିଲ୍ଲୀ ସରକାର ଏନେଇ ଅନେକ ଜରୁରୀକାଳୀନ ପଦକ୍ଷେପ ନେଇଛନ୍ତି। ପ୍ରଦୂଷଣର ମୁଖ୍ୟ କାରଣ ଯାନବାହନ ଚଳାଚଳ ଓ ପଡୋଶୀ ଦେଶରେ ନଡା ପୋଡିବା ବୋଲି କୁହାଯାଉଛି। ସେହିପରି ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀରେ ଓଲା-ଉବର ଉପରେ ରୋକ ଲଗାଯାଇଛି। ପରବର୍ତ୍ତୀ ନିଷ୍ପତ୍ତି ନ ଆସିବା ଯାଏଁ ଏଗୁଡିକର ସେବା ବନ୍ଦ ରହିବ। ସେହିପରି ସ୍କୁଲ ଛୁଟି ରଖିବାକୁ ସରକାର ନିୟମ କଡାକଡି କରିଛନ୍ତି।
ନାସାର ଓ୍ବାଲଭ୍ୟୁ ସାଟେଲାଇଟ ଏକ ଧୂଆଁମୟ ଆକାଶର ଫଟୋ ଜାରି କରିଛି। ଯେଉଁଥିରେ ପାକିସ୍ତାନରୁ ବଙ୍ଗୋପସାଗର ପର୍ଯ୍ୟନ୍ତ ଧୂଆଁ ବ୍ୟାପିଥିବାର ଦେଖାଯାଉଛି।
ନାସା ଜାରି କରିଥିବା ତଥ୍ୟ ଅନୁସାରେ, ଅକ୍ଟୋବର ୨୯ ପରଠାରୁ ନଡା ପୋଡିବା ମାମଲା ବୃଦ୍ଧି ପାଇଛି । ଉତ୍ତର ଭାରତରେ ଅକ୍ଟୋବର ୨୯ଠାରୁ ନଡା ପୋଡିବା ଘଟଣା ୭୪୦ ପ୍ରତିଶତ ବୃଦ୍ଧି ପାଇଛି । ଦିନକରେ ୧୦୬୮ଟି ନଡା ପୋଡିବା ମାମଲା ଦେଖିବାକୁ ମିଳିିଛି।
ଫଳରେ ଦିଲ୍ଲୀର ଏକାଧିକ ସ୍ଥାନରେ ବାୟୁ ଗୁଣବତ୍ତା ୫୦୦ ପାର୍‌ କରିଛି। ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର ତାଲିକାର ଟପରେ ଗତ ୬ ଦିନ ଧରି ଦିଲ୍ଲୀ ରହିଛି।

 

Share