Categories: ଜାତୀୟ

ପ୍ରଧାନମନ୍ତ୍ରୀ ଦୌଡରେ ନାହିଁ କଂଗ୍ରେସ: ବିରୋଧୀ ଦଳ ବୈଠକରେ ଖାର୍ଗେଙ୍କ ବଡ଼ ବୟାନ

ବେଙ୍ଗାଲୁରୁ,୧୮।୭: ବେଙ୍ଗାଲୁରୁରେ ବିରୋଧୀ ଦଳର ବୈଠକ ଚାଲିଛି। ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା ଜାରି ରହିଛି। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବଡ଼ ବୟାନ ଦେଇଛନ୍ତି। ଖାଗେର୍ର୍ କହିଛନ୍ତି, ୨୦୨୪ରେ ପ୍ରଧାନମନ୍ତ୍ରୀ ଦୌଡରେ କଂଗ୍ରେସ ସାମିଲ ନାହିଁ। ସେ କହିଛନ୍ତି କଂଗ୍ରେସ ବିରୋଧୀ ଦଳର ବୈଠକରେ ଯୋଗ ଦେଉଛି କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଦୌଡରେ ନାହିଁ। କ୍ଷମତା କିମ୍ବା ପ୍ରଧାନମନ୍ତ୍ରୀଙ୍କ ପଦ ପାଇଁ କଂଗ୍ରେସ ଆଗ୍ରହୀ ନୁହେଁ। ଏହି ବିବୃତ୍ତି ପରେ ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଦୌଡରେ ଥିବା ନେଇ କଳ୍ପନାଜଳ୍ପନାକୁ ବଡ଼ ଝଟକା ଲାଗିଛି।

Share