ନୂଆଦିଲ୍ଲୀ,୨।୩: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ) ରେ ଏକ ନୂତନ ନିୟମ ଲାଗୁ କରାଯାଇଛି। ଏହାପରେ ଏଠାରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନୂତନ ନିୟମ ଅନୁଯାୟୀ, କ୍ୟାମ୍ପସରେ ଧାରଣା ଦେଲେ ଛାତ୍ରମାନଙ୍କୁ ବର୍ତ୍ତମାନଠାରୁ ୨୦,୦୦୦ଟଙ୍କା ଜରିମାନା ଏବଂ ହିଂସା ଘଟାଇଲେ ସେମାନଙ୍କ ଆଡମିଶନ ବାତିଲ ହେବା ସହ ୩୦,୦୦୦ଟଙ୍କା ମଧ୍ୟ ଜରିମାନା ଲଗାଯାଇପାରେ। ୧୦ ପୃଷ୍ଠାର ଜେଏନ୍ୟୁ ଛାତ୍ରମାନଙ୍କ ପାଇଁ ‘ଅନୁଶାସନ ନିୟମ ଏବଂ ସଠିକ୍ ଆଚରଣରେ ବିରୋଧ ପ୍ରଦର୍ଶନ ଏବଂ ଜାଲିଆତି ଭଳି ବିଭିନ୍ନ କାର୍ଯ୍ୟ ପାଇଁ ଦଣ୍ଡବିଧାନ ନିର୍ଦ୍ଧାରିତ କରାଯାଇଛି। ଏଥିସହ ଅନୁଶାସନ ଉଲ୍ଲଂଘନ କଲେ ତଦନ୍ତ ପ୍ରକ୍ରିୟା କରାଯିବ ବୋଲି ଉଲ୍ଲେଖ କରାଯାଇଛି।