ନୂଆଦିଲ୍ଲୀ,୨୧।୩: ଦିଲ୍ଲୀର କବୀର ନଗର ୱେଲକମ ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିଛି। ଫଳରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି।
ଗତକାଲି ବିଳମ୍ବିତ ରାତି ପ୍ରାୟ ୨.୧୬ଟା ପରେ ଭୁଶୁଡ଼ି ଯାଇଥିଲା। କୋଠାର ଭଗ୍ନାବଶେଷ ମଧ୍ୟରେ ୩ ଜଣ ଶ୍ରମିକ ଫସି ରହିଥିଲେ। ଏନେଇ ଖବର ପାଇ ପରେ ତୁରନ୍ତ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ସମସ୍ତଙ୍କୁ କରାଯାଇ ଭଗ୍ନାବଶେଷ ତଳୁ ସମସ୍ତଙ୍କୁ ଉଦ୍ଧାର କରାଯାଇ ଜିଟିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶ୍ରମିକ ଅରଶଦ(୩୦) ଓ ତୌହିଦ(୨୦)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅପରପକ୍ଷେ ଗୁରୁତର ଶ୍ରମିକ ରେହାନ(୨୨) ଗୁରୁତର ଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି।
ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ନିୟମ ଖିଲାପକାରୀଙ୍କ ବିରୋଧରେ କ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।