Categories: ଜାତୀୟ

ରାଜଧାନୀରେ ଉଠିପାରେ କୋଭିଡ୍‌ କଟକଣା

ନୂଆଦିଲ୍ଳୀ,୪।୨: ରାଜଧାନୀରେ କୋଭିଡ୍‌ ସ୍ଥିତି ଧିରେ ଧିରେ କମୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାତ୍ରି କର୍ଫ୍ୟୁ ଏବଂ ସ୍କୁଲ ଖୋଲିବା ନେଇ ଶୁକ୍ରବାର ଏକ ବୈଠକ ବସିବ। କୋଭିଡ୍‌ କଟକଣା ଉଠାଯିବ କି ତାହା ଆହୁରି କଡାକଡି କରାଯିବ ସେ ନେଇ ଆଲୋଚନା ହେବ। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ବିଦ୍ୟାଳୟ, ଜିମ୍‌ ଏବଂ ସ୍ପା ଖୋଲିବା ସହିତ ସହିତ ରାତ୍ରି କର୍ଫ୍ୟୁ ଉଠାଇବା ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ଅଛି। ଜାନୁୟାରୀରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସପ୍ତାହନ୍ତ କର୍ଫ୍ୟୁକୁ କୋହଳ କରି ବାର୍‌ ଏବଂ ରେଷ୍ଟୁରାଣ୍ଟଗୁଡିକୁ ୫୦ ପ୍ରତିଶତ କ୍ଷମତାରେ ଚାଲିବା ନେଇ ଅନୁମତି ଦେଇଥିଲେ। କୋଭିଡ୍‌ ସ୍ଥିତି ବଢୁଥିବାରୁ ଡିସେମ୍ବର୨୮ ରେ ଦିଲ୍ଲୀରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିଲା ।

Share