Categories: ଜାତୀୟ

ହାଇ ଆଲର୍ଟରେ ଦିଲ୍ଲୀ

ନୂଆଦିଲ୍ଲୀ,୨୯।୧: ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଆଇଇଡି ବିସ୍ଫୋରଣ ପରେ ଦିଲ୍ଲୀରେ ଜାରି ହୋଇଛି ହାଇ ଆଲର୍ଟ। ଘଟଣା ପରେ ଏପିଜେ ଅବଦୁଲ କାଲାମ ରୋଡ୍‌କୁ ସିଲ୍‌ କରିଦିଆଯାଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦିଲ୍ଲୀ ବିମାନ ବନ୍ଦର, ରେଳ ଷ୍ଟେଶନ, ଗହଳି ପୂର୍ଣ୍ଣ ମାକେର୍ଟ, ସରକାରୀ କାର୍ଯ୍ୟାଳୟକୁ ହାଇ ଆଲର୍ଟ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
ସୂଚନା ଯୋଗ୍ୟ, ବିସ୍ଫୋରଣରେ କିଛି କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।

Share