Categories: ଜାତୀୟ

କେନ୍ଦ୍ରର ଆଇନ ପ୍ରଣୟନ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି: ଶାହା

ନୂଆଦିଲ୍ଲୀ,୩।୮: ଦିଲ୍ଲୀ ଅଧ୍ୟାଦେଶ ସହିତ ଜଡିତ ବିଲ ଉପରେ ଗୁରୁବାର ଲୋକ ସଭାରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ କହିଛନ୍ତି ଏହି ବିଲ କାହିଁକି ଜରୁରୀ। ଏହାସହ ସେ ଦିଲ୍ଲୀର ଆମ ଆଦମୀ ପାର୍ଟି(ଏଏପି) ସରକାର ଉପରେ ଖୁବ ବର୍ଷିଛନ୍ତି।

ଦିଲ୍ଲୀ ସେବା ବିଲ ସମ୍ପର୍କରେ ଶାହା କହିଛନ୍ତି, ‘ସମ୍ବିଧାନରେ ଏପରି କିଛି ବ୍ୟବସ୍ଥା ଅଛି ଯାହା କେନ୍ଦ୍ରକୁ ଦିଲ୍ଲୀ ପାଇଁ ଆଇନ ପ୍ରଣୟନ କରିବାକୁ ଅନୁମତି ଦେଇଥାଏ। ବିରୋଧୀ ଏହି ବଲ୍‌କୁ ସୁପ୍ରିମକୋର୍ଟଙ୍କ ଆଦେଶ ବିରୁଦ୍ଧରେ କହିଛନ୍ତି କିନ୍ତୁ ଏମିତି ନୁହେଁ।’
ସେ ଆହୁରି ମଧ୍ୟ କହିଛନ୍ତି, ‘କେତେକ ଲୋକ କହିଛନ୍ତି ଯେ ସରକାର ସୁପ୍ରିମକୋର୍ଟର ଉଲ୍ଲଂଘନ କରିଛନ୍ତି। ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ସେମାନେ କେବଳ ଯାହା ପସନ୍ଦ କରନ୍ତି ତାହା ପଢିଛନ୍ତି। ସେମାନେ ଅଧିକ ପଢି ନାହାଁନ୍ତି। କେବଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏହା କୁହାଯାଇଛି,ଯେ ଦିଲ୍ଲୀ ରାଜଧାନୀ ଅଞ୍ଚଳ ପାଇଁ ପାର୍ଲାମେଣ୍ଟ କୌଣସି ବି ଆଇନ କରିପାରିବ।
ସେ କହିଛନ୍ତି, ‘୨୦୧୫ରେ ଦିଲ୍ଲୀରେ ଏକ ଦଳ କ୍ଷମତାକୁ ଆସିଲା ଯାହାର ଉଦ୍ଦେଶ୍ୟ କେବଳ ଯୁଦ୍ଧ କରିବା, ସେବା କରିବା ନୁହେଁ। ଟ୍ରାନ୍ସଫର ପୋଷ୍ଟିଂ କରିବାର ଅଧିକାର ପାଇବା ନୁହେଁ, ବରଂ ଲୁଚାଇବା ପାଇଁ ଭିଜିଲାନ୍ସ ବିଭାଗ ଉପରେ ନିୟନ୍ତ୍ରଣ ରଖିବା। ଏହାର ଦୁର୍ନୀତି, ଯେପରି ନିଜ ପାଇଁ ବଙ୍ଗଳା ନିର୍ମାଣ କରିବା।

Share