Categories: ଜାତୀୟ

ଲୋକ ସଭାରେ ଦିଲ୍ଲୀ ଅଧ୍ୟାଦେଶ ବିଲ ପାରିତ

ନୂଆଦିଲ୍ଲୀ,୩।୮: ଦିଲ୍ଲୀର ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ସହ ଜଡିତ ଅଧ୍ୟାଦେଶ ବିଲ ଗୁରୁବାର ଲୋକ ସଭାରେ ପାରିତ ହୋଇଛି। ବର୍ତ୍ତମାନ ଏବେ ରାଜ୍ୟ ସଭାରେ ଆଗତ କରାଯିବ। ଲୋକ ସଭାରେ ବିଲ ଉପରେ ଚର୍ଚ୍ଚା ଉପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଜବାବ ଦେଇଛନ୍ତି। ଏହି ସମୟରେ ତାଙ୍କୁ କଂଗ୍ରେସ, ଟିଏମସି ଏବଂ ଡିଏମକେ ସମେତ ଅନେକ ବିରୋଧୀ ଦଳ ବିରୋଧ କରିଛନ୍ତି।

ଏହି ବିଧେୟକ ସପକ୍ଷରେ ଯୁକ୍ତି କରି ଅମିତ ଶାହା ଗୃହରେ କହିଛନ୍ତି ଯେ, ଅଧ୍ୟାଦେଶ ସୁପ୍ରିମକୋର୍ଟଙ୍କ ଏହି ଆଦେଶକୁ ଦର୍ଶାଉଛି ଯେଉଁଥିରେ କୁହାଯାଇଛି ଯେ ଦିଲ୍ଲୀ ସମ୍ବନ୍ଧୀୟ କୌଣସି ପ୍ରସଙ୍ଗରେ ସରକାର ଆଇନ କରିବାର ଅଧିକାର ରହିଛି। ସେ କହିଛନ୍ତି ଯେ, ସମ୍ବିଧାନରେ ମଧ୍ୟ ଆମକୁ ଏହି ଅଧିକାର ଦିଆଯାଇଛି।

 

Share