Categories: ଜାତୀୟ

କେନ୍ଦ୍ରର ଅଧ୍ୟାଦେଶ ମାମଲାକୁ ୫ ଜଣିଆ ସମ୍ବିଧାନ ବେଞ୍ଚକୁ ପଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦।୭: ଦିଲ୍ଲୀର ଅଧିକାରୀମାନଙ୍କ ଉପରେ ନିୟନ୍ତ୍ରଣ ସହ ଜଡିତ କେନ୍ଦ୍ରର ଅଧ୍ୟାଦେଶର ମାମଲାକୁ ସୁପ୍ରିମକୋର୍ଟ ୫ ଜଣିଆ ସମ୍ବିଧାନ ବେଞ୍ଚକୁ ପଠାଇଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ, ଏକ ଅଧ୍ୟାଦେଶ ମାଧ୍ୟମରେ ଦିଲ୍ଲୀ ବିଧାନସଭା ପରିସରରୁ ସେବାକୁ ବାଦ ଦେବା ଠିକ କି ନୁହେଁ ତାହା ଉପରେ ଏକ ଦୀର୍ଘ ଶୁଣାଣି ଆବଶ୍ୟକ।

ଏଲଜିଙ୍କ ପାଇଁ ହାଜର ହୋଇଥିବା ବରିଷ୍ଠ ଓକିଲ ହରିଶ ସାଲଓ୍ବେ କହିଛନ୍ତି ଯେ, ସଂସଦରେ ଏହି ବିଲ ଆଗତ ହେବା ପରେ ଏହି ଅଧ୍ୟାଦେଶକୁ ବିଚାର କରିବାର କୌଣସି ଆବଶ୍ୟକତା ନାହିଁ। ଏହା ଉପରେ ସିଜେଆଇ କହିଛନ୍ତି, ଆମେ ସେ ପର୍ଯ୍ୟନ୍ତ ଅପେକ୍ଷା କରିପାରିବୁ ନାହିଁ।

ଦିଲ୍ଲୀ ସରକାରଙ୍କ ଓକିଲ ଅଭିଷେକ ମନୁ ସିଂଘବି ସମ୍ବିଧାନ ବେଞ୍ଚରେ ଶୀଘ୍ର ଶୁଣାଣି କରିବାକୁ ଦାବି କରିଛନ୍ତି। ସା ସୁଦ୍ଧା ଏହି ନିର୍ଦ୍ଦେଶ ଅପଲୋଡ ହେବ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଏଥିରେ ଶୁଣାଣି ତାରିଖ ମଧ୍ୟ ଉଲ୍ଲେଖ କରାଯିବ।

Share