Categories: ଜାତୀୟ

ହନିଟ୍ରାପ୍‌ରେ ଯବାନ: ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ନୂଆଦିଲ୍ଲୀ,୧୨।୫: ଗୁପ୍ତଚର କାର୍ଯ୍ୟକଳାପ ଅଭିଯୋଗରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍‌ ବାୟୁସେନାର ଜଣେ ଯବାନଙ୍କୁ ଗିରଫ କରିଛି। ଗିରଫ ଯବାନ ଜଣକ ଦେବେନ୍ଦ୍ର କୁମାର ଶର୍ମା। ଦେବେନ୍ଦ୍ର ଉତ୍ତରପ୍ରଦେଶର କାନପୁରର ବାସିନ୍ଦା ।

ଗତ କିଛି ଦିନ ତଳେ ଦେବେନ୍ଦ୍ର ଫେସ୍‌ବୁକରେ ଜଣେ ମହିଳାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ଏପରି କି ମହିଳା ଜଣଙ୍କ ଏକ ଭାରତୀୟ ନମ୍ବର ବ୍ୟବହାର କରି ଦେବେନ୍ଦ୍ରଙ୍କ ସହ ମୋବାଇଲରେ କଥା ହେଉଥିଲେ। ପରେ ମହିଳା ଜଣକ ତାଙ୍କୁ ହନିଟ୍ରାପରେ ଫସାଇ ବାୟୁସେନା ପକ୍ଷରୁ ସ୍ଥାପନ ହୋଇଥିବା ରାଡାରର ସ୍ଥାନ ଏବଂ ସେନାର ବରିଷ୍ଠ ଅଧିକାରୀଙ୍କ ନାମ ଓ ଠିକଣା ମାଗିଥିଲେ। ଏନେଇ ବିଶ୍ୱସ୍ତ ସୂତ୍ରରୁ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ତେବେ ଗୁଇନ୍ଦା ସୂଚନାକୁ ଭିତ୍ତି କରି ଦିଲ୍ଲୀ ପୋଲିସ ଯବାନ ଦେବେନ୍ଦ୍ରଙ୍କୁ ଗିରଫ କରିଛି। ଯବାନଙ୍କୁ ଗିରଫ କରିବା ପରେ ପୋଲିସ ତାଙ୍କ ଫେସ୍‌ବୁକ ପ୍ରୋଫାଇଲକୁ ଯାଞ୍ଚ କରୁଛି। ଏହି କାର୍ଯ୍ୟରେ ପାକିସ୍ତାନ ଗୁପ୍ତଚର ଆଇଏସ୍‌ଆଇ ସହିତ ଜଡ଼ିତ ଥିବା ସନ୍ଦେହ କରାଯାଉଛି ।

Share