Categories: ଜାତୀୟ

ସିଗାରେଟ୍‌ ପାଇଁ ୧୦ ଟଙ୍କା ନ ଦେବାରୁ ନାବାଳକଙ୍କୁ ପିଟିପିଟି ମାରିଦେଲେ

ନୂଆଦିଲ୍ଲୀ,୮।୬: ଦିଲ୍ଲୀର ଆନନ୍ଦ ପ୍ରଭାତ ଅଞ୍ଚଳରେ ଏକ ଜଘନ୍ୟ ଘଟଣା ଘଟିଛି। ସିଗାରେଟ୍‌ ଟାଣିବାକୁ ୧୦ ଟଙ୍କା ନ ଦେବାକୁ ଜଣେ ନାବାଳକଙ୍କ ହତ୍ୟା କରାଯାଇଛି। ଏହା ପରେ ମୃତକଙ୍କ ପର୍ସ ଲୁଟ କରି ନିଆଯାଇଛି।
ପୋଲିସର ସୂଚନାନୁସାରେ, ସୋମବାର ସନ୍ଧ୍ୟାରେ ଆନନ୍ଦ ପ୍ରଭାତ ପୋଲିସ ଷ୍ଟେଶନରେ ଜଣେ ବାଳକର ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲା। ମୃତକଙ୍କ ଜଣଙ୍କ ହେଲେ ବିଜୟ (୧୭ ବର୍ଷ)। ବିଜୟ ଆନନ୍ଦ ପର୍ବତର ବଲଜିତ ନଗର ଅଞ୍ଚଳରେ ପରିବାର ସହିତ ରହୁଥିଲେ। ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ପୋଲିସ ଏହି ଘଟଣାର ଖୁଲାସା କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ରହିଛି। ଅଭିଯୁକ୍ତଙ୍କ ନିକଟରୁ ଅପରାଧରେ ବ୍ୟବହୃତ ଛୁରୀ ବ୍ୟତୀତ ବିଜୟଙ୍କ ଟୋପି ଏବଂ ପର୍ସ ଲୁଟି ନେଇଥିବା ପୋଲିସ ମଧ୍ୟ ଜବତ କରିଛି। ଘଟଣା ଦିନ ଅଭିଯୁକ୍ତମାନେ ସିଗାରେଟ ଟାଣିବା ପାଇଁ ସୋନୁଙ୍କୁ ୧୦ ଟଙ୍କା ମାଗିଥିଲେ। ସେ ନ ଦେବାକୁ ଛୁରି ଭୁସି ତାଙ୍କୁ ହତ୍ୟା କରିଥିଲେ।
ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଧରିଥିଲା।

ବି.ଦ୍ର: ସିଗାରେଟ ଟାଣିବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ

Share