Categories: ଜାତୀୟ

ସ୍କୁଲରେ ବୋମା ଥିବା ମିଳିଲା ଧମକ, ପୋଲିସର ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ,୧୬।୫: ଦକ୍ଷିଣ ଦିଲ୍ଲୀର ପୁଷ୍ପ ବିହାରରେ ଅବସ୍ଥିତ ଏକ ସ୍କୁଲରେ ବୋମା ଥିବା ନେଇ ସୂଚନା ପାଇବା ପରେ ଉତ୍ତେଜନା ଦେଖାଦେଇଛି। ପୋଲିସ ସ୍କୁଲକୁ ସିଲ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ଦିଲ୍ଲୀର ପୁଷ୍ପ ବିହାର ଅଞ୍ଚଳରେ ଏକ ଧମକପୂର୍ଣ୍ଣ ମେଲ ଆସିଛି। ହେଲେ ଏହି ମାମଲାରେ ଏ ପର୍ଯ୍ୟନ୍ତ ପୋଲିସ ସଦିଗ୍ଧକୁ ଧରିନାହିଁ।

Share