ନୂଆଦିଲ୍ଲୀ,୯ ।୬: ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ପ୍ରବକ୍ତା ନୁପୁର ଶର୍ମାଙ୍କ ବିରୋଧରେ ମହମ୍ମଦଙ୍କ ସମ୍ପର୍କରେ ଏକ ଟେଲିଭିଜନ ଡିବେଟରେ ଆପତ୍ତିଜନକ ଟିପ୍ପଣି ଦେଇଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଏଫଆଇଆର ଦେଇଛି । ଏହାସହ ମହମ୍ମଦଙ୍କୁ ନେଇ ସୋସିଆଲ ମିଡିଆରେ ଉତ୍ତେଜିତ କଲାଭଳି ପୋଷ୍ଟ ଓ ଭୁଲ ତଥ୍ୟ ଦେଇଥିବା ଅଭିଯୋଗରେ ଅନ୍ୟ ୮ ଜଣଙ୍କ ଉପରେ ବି ଆକ୍ସନ ନିଆଯାଇଛି । ଦିଲ୍ଲୀ ପୋଲିସର ଆଏଫଏସଓ ୟୁନିଟ ଏହି ଲୋକଙ୍କ ବିରୋଧରେ ଭିନ୍ନ ଭିନ୍ନ ଧାରା ଆଧାରରେ ମାମଲା ରୁଜୁ କରିଛି ।
ଦିଲ୍ଲୀ ପୋଲିସର ସ୍ୱେଶାଲ ସେଲ ପକ୍ଷରୁ ଦିଆଯାଇଥିବା ଦ୍ୱିତୀୟ ଏଫଆଇଆରରେ ଭାଜପାର ନବିନ ଜିନ୍ଦଲ, ଖବରଦାତା ସବା ନକଭିଙ୍କ ନାମ ବି ରହିଛି । ଏହାସହ ଏଥିରେ ଅନ୍ୟ ୮ ଜଣଙ୍କ ନାଁ ବି ରହିଛି । ଏବେ ଦିଲ୍ଲୀ ପୋଲିସ ଏହି ଲୋକମାନଙ୍କୁ ବଚରା ଉଚରା କରିବାକୁ ନୋଟିସ ପଠାଇବାକୁ ପ୍ରସ୍ତୁତ ହେଉଛି ।