Categories: ଜାତୀୟ

କୁସ୍ତିଯୋଦ୍ଧାଙ୍କୁ ଦିଲ୍ଲୀ ପୋଲିସ ପକ୍ଷରୁ କ୍ଲିନଚିଟ୍‌

ନୂଆଦିଲ୍ଲୀ୯।୬:ଦିଲ୍ଲୀ ପୋଲିସ ପକ୍ଷରୁ କୁସ୍ତିଯୋଦ୍ଧାଙ୍କୁ ମିଳିଛି କ୍ଲିନଚିଟ୍‌।  ଯନ୍ତରମନ୍ତରରେ ବିରୋଧ ପ୍ରଦର୍ଶନ ସମୟରେ କୁସ୍ତିଯୋଦ୍ଧାମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ନାରା ଲଗାଇଥିବାର ଏକ ଭିଡିଓ କ୍ଲିପ୍‌ ଦିଲ୍ଲୀ ପୋଲିସକୁ ମିଳିଥିଲା। ଯାହା ମାଧ୍ୟମରେ ପୋଲିସ ସେମାନଙ୍କ ନାଁରେ ମାମଲା ରୁଜୁ କରିଥିଲା।

ଶୁକ୍ରବାର ଦିଲ୍ଲୀ ପୋଲିସ ଏନେଇ ପଟିଆଲା ହାଉସ କୋର୍ଟରେ ଏକ ଷ୍ଟାଟର୍ସ ରିପୋର୍ଟ ଦାଖଲ କରିଛି। ପୋଲିସ ରିପୋର୍ଟରେ ଦର୍ଶାଇଛି, କୁସ୍ତିଯୋଦ୍ଧା ଆପତ୍ତିଜନକ ମନ୍ତବ୍ୟ ଦେଉଥିବାର କୌଣସି ପ୍ରମାଣ ହସ୍ତଗତ ହୋଇନାହିଁ। ତଦନ୍ତରୁ ଜଣାପଡିଛି କି, ଏହି ଭିଡିଓରେ କିଛି ଶିଖ ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ନାରା ଦେଉଛନ୍ତି।

ଦିଲ୍ଲୀ ପୋଲିସର ଏହି ଷ୍ଟାଟସ ରିପୋର୍ଟକୁ ପଟିଆଲା ହାଉସ କୋର୍ଟ ରେକର୍ଡ କରିଛି। ଏହାର ପରବର୍ତ୍ତୀ ଶୁଣାଣି ଜୁଲାଇ ୭ତାରିଖରେ ହେବ ବୋଲି ସ୍ଥିର କରାଯାଇଛି।

Share