Categories: ଜାତୀୟ

ଅଗଷ୍ଟ ୧୫ ପୂର୍ବରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି: ପୋଲିସ ଜାରି କଲା ୬ ମୋଷ୍ଟୱାଣ୍ଟେଡ ଆତଙ୍କବାଦୀଙ୍କ ପୋଷ୍ଟର

ନୂଆଦିଲ୍ଲୀ,୭ ।୮: ସ୍ୱାଧିନତା ଦିବସକୁ ନେଇ ଦିଲ୍ଲୀରୁ କଶ୍ମୀର ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଦିଲ୍ଲୀର ଲାଲ କିଲା ନିକଟରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦିଲ୍ଲୀ ପୋଲିସ ଲାଲକିଲା ନିକଟରେ ମୋଷ୍ଟୱାଣ୍ଟେଡ ଆତଙ୍କବାଦୀଙ୍କ ପୋଷ୍ଟର ଲଗାଇଛି । ଉକ୍ତ ପୋଷ୍ଟରରେ ୬ ଆତଙ୍କବାଦୀଙ୍କ ଫଟୋ ରହିଛି । ଯେଉଁଥିରେ ସେମାନଙ୍କ ନାମ, ଠିକଣା ଲେଖାଯାଇଛି । ଏହା ସହ ଦିଲ୍ଲୀ ପୋଲିସ କହିଛି କେହି ଏମାନଙ୍କ ସନ୍ଧାନ ପାଇଲେ ତୁରନ୍ତ ପୋଲିସକୁ ଜଣାନ୍ତୁ । ପୋଲିସ ଦାବି କରିଛି କି ଏମାନେ ସମସ୍ତେ ଆତଙ୍କବାଦୀ ସଙ୍ଗଠନ ଅଲକାଏଦାର ହୋଇଥିବା ବେଳେ ସ୍ୱାଧିନତା ଦିବସରେ ଆକ୍ରମଣ ଯୋଜନା ସହ ସମ୍ପୃକ୍ତ । ଏମାନେ କେବଳ ଦିଲ୍ଲୀ ନୁହେଁ ସାରା ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଜନା କରୁଥିଲେ ।

Share