ଫ୍ଲାଟରୁ ଯୁବକଙ୍କୁ ଉଠାଇନେଲା ଦିଲ୍ଲୀ ପୋଲିସ

ଭୁବନେଶ୍ୱର,୨୪।୨: ଦିଲ୍ଲୀ ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରୁ ଜଣେ ଯୁବକଙ୍କୁ ଉଠାଇ ନେଇଛି। ଯୁବକ ଜଣକ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଫ୍ଲାଟ ନେଇ ରହୁଥିଲେ। ଏକ ସାଇବର କ୍ରାଇମ ମାମଲାରେ ଯୁବକଙ୍କୁ ଉଠାଇ ନିଆଯାଇଥିବା ସୂଚନା ମିଳିଛି। ଦିଲ୍ଲୀ ପୋଲିସ ସହ ଲକ୍ଷ୍ମୀସାଗର ଥାନା ପୋଲିସ ମାମଲାର ତଦନ୍ତ କରୁଛି।

Share