Categories: ଜାତୀୟ

ମଲ୍ଟି ଲେୟାର ସିକ୍ୟୁରିଟି ମଧ୍ୟରେ ହେବ ନୂଆ ସଂସଦ ଭବନର ଉଦଘାଟନ

ନୂଆଦିଲ୍ଲୀ,୨୫।୫: ଚଳିତ ମାସ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଗୃହର ଉଦଘାଟନ କରି ଏହାକୁ ଦେଶକୁ ହସ୍ତାନ୍ତର କରିବାକୁ ଯାଉଛନ୍ତି, ଏହି ଦିନ ରାଜଧାନୀ ଦିଲ୍ଲୀର ତଥା ବିଶେଷ କରି ସଂସଦ ଗୃହର ସୁରକ୍ଷା ସମ୍ପର୍କରେ ଦିଲ୍ଲୀ ପୋଲିସ ମୁଖ୍ୟାଳୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଚାଲିଛି।
ବହୁ ରାଜନନୈତିକ ଦଳ ଏହି ସମାରୋହରେ ଅଂଶଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଥିବାବେଳେ କୁସ୍ତିଯୋଦ୍ଧାମାନେ ସେହି ଦିନ ନୂତନ କୋଠା ସମ୍ମୁଖରେ ପଞ୍ଚାୟତ କରିବାକୁ ସ୍ଥିର କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଏକ ସମୀକ୍ଷା କରାଯାଉଛି। ମଲ୍ଟି ଲେୟାର ସିକ୍ୟୁରିଟି ପାଇଁ ପ୍ରସ୍ତୁତି ବିଷୟରେ ଏହି ବୈଠକ ଚାଲିଛି।

Share